ହିଞ୍ଜିଳିକାଟୁ / ରଜନୀକାନ୍ତ ପାତ୍ର :-ଭୁଛୁଡି ଗଲା ବଡ଼ବନ୍ଧ ଗାର୍ଡୱାଲ୍ । ହିଞ୍ଜିଳିକାଟୁ ବ୍ଲକ ଅର୍ନ୍ତଗତ ଖରିଡ଼ା ଗ୍ରାମ ନୂଆସାହି ବଡ଼ବନ୍ଧ ଗାର୍ଡୱାଲ୍ ଭୁଶୁଡ଼ି ଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୧୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା ଏହି ଗାର୍ଡୱାଲ । ଗତ ମେ ମାସରେ ସମ୍ପୂର୍ଣ୍ଣ ହୋଇଥିଲା ଏହି ପ୍ରକଳ୍ପ । ନିମ୍ନମାନର କାମ ହେତୁ ଦୁର୍ବଳ ହୋଇଯାଇଥିଲା ଏହି ଗାର୍ଡୱାଲ । ଏ ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବିଭାଗୀୟ ଅଧିକାରୀ ଓ ଠିକାଦାରୀଙ୍କ ସମର୍ଥନ ରେ ଏଭଳି ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯାହାକୁ ଉଭୟ ଅଣଦେଖା କରିଆସୁଥିଲେ ବୋଲି ଗ୍ରାମବାସୀ କହିଛନ୍ତି । କିନ୍ତୁ ଗାର୍ଡୱାଲ ଭୁଷୁଡିବା ପରେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ତେବେ କାର୍ୟ୍ୟ ସରିବାର ୪ ମାସ ନ ପୁରୁଣୁ ଗାର୍ଡୱାଲଟି ଭୁଶୁଡ଼ିବା ଘଟଣାକୁ ନିମ୍ନମାନର କାର୍ୟ୍ୟକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।
next post
