ଓଡିଶାରାଜନୀତି

ଦୁଇଟି ନୂଆ ବିଲ୍ଡିଂର ହେଲା ଉଦଘାଟନ

ଭୁବନେଶ୍ୱର: ଆଜି ଆଇଆଇଟି ଗସ୍ତରେ ଅଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଠରେ ଦୁଇଟି ନୂଆ ବିଲ୍ଡିଂର ସେ ଉଦଘାଟନ କରିଛନ୍ତି । ଋଷିକୁଲ୍ୟା ଛାତ୍ରାବାସ ଏବଂ ପୁଷ୍ପାଞ୍ଜଳୀ ଲେକ୍ଚର ହଲ କମ୍ପଲେକ୍ସ ଉଭୟ ବିଲ୍ଡିଂକୁ ସେ ଉଦଘାଟନ କରିଛନ୍ତି । ୧୨୬୦ କୋଟିରୁ ଅଧିକ ଟଙ୍କା ବିନିମୟରେ ଆଇଆଇଟି କ୍ୟାମ୍ପସର ଭିତ୍ତିଭୂମିର ବିକାଶ କାର୍ଯ୍ୟ ଚାଲୁ ରହିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସି ଏଠାରେ ବିଲ୍ଡିଂର ଉଦଘାଟନ କରିଥିଲେ । ଏହି ଅବସରରେ ଆଇଆଇଟି ପକ୍ଷରୁ କେନ୍ଦ୍ରମନ୍ତୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ତେବେ ଆଇଆଇଟିର ଏହି କାର୍ଯ୍ୟକ୍ରମ ପରେ ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

Related posts

୪୫ମିନିଟରେ ୨୧ହଜାର ୯୧ଥର ବିଜୁଳିମାଡ଼ 

mahabharatanews

ଝାରପୋଖରିଆରେ ‘ସ୍ୱସ୍ତି ଶ୍ରୀପାଳୀ’ ମହୋତ୍ସବ

mahabharatanews

ଧୂମକେତୁ ଫୋଟୋ ଉଠାଇ ଚର୍ଚାରେ ଜଯପୁରର ଆଷ୍ଟ୍ରୋ ଫୋଟୋ ଗ୍ରାଫର

mahabharatanews