ଓଡିଶା

ଆରମ୍ଭ ହେଲା ଐତିହାସିକ ଦିପୋଟି ମେଳଣ

ଆରମ୍ଭ ହେଲା ଐତିହାସିକ ଦିପୋଟି ମେଳଣ ନିଆଳୀ ଦ୍ବୀପାଞ୍ଚଳରେ ସୃଷ୍ଟି ହେଲା ଭକ୍ତିମୟ ପରିବେଶ । ଏହି ମେଳଣଟି ବ୍ରିଟିଶ ଶାସନ ସମୟରୁ ଅନୁଷ୍ଠିତ ହୋଇଆସୁଥିବା ରୁ ଏହାକୁ ଦେଖିବା ପାଇଁ ଓଡ଼ିଶାର କୋଣ ଅନୁକୋଣରୁ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନେ ଧାଇଁ ଆସନ୍ତି । ପରମ୍ପରା ଅନୁଯାୟୀ ଗତକାଲି ରାତିରେ ଜୁମାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏହି ଜୁମାଣ ଉତ୍ସବରେ ନିଆଳୀ ଅଞ୍ଚଳର ବିଭିନ୍ନ ଗ୍ରାମର ଠାକୁରଙ୍କୁ ସୁସଜ୍ଜିତ ବିମାନ ସାଙ୍ଗକୁ ଭଳିକି ଭଳି ବାଜା ବାଣ ସହିତ କସର୍ଦା ସ୍ଥିତ ମେଳଣ ପଡ଼ିଆକୁ ନିଆଯାଇଥିଲା ପରେ ପରେ ଆସିଥିବା ଠାକୁରଙ୍କୁ ମେଳଣ ପଡ଼ିଆରେ ଥିବା ପିଣ୍ଡି ମାନଙ୍କରେ ସ୍ଥାପନ କରାଯାଇଥିଲା | ଆଜି ସକାଳୁ ସକାଳୁ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୁମ୍ ଧାମରେ ଏହି ମେଳଣଟି ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ମୋଟ ୬୪ ଦୋଳ ପୂଜା ପାଉଛନ୍ତି । ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି। ବିଶେଷ କରି ନିଆଳୀ ବିଧାୟକ ଛବି ମଲ୍ଲିକଙ୍କ ପ୍ରଚେଷ୍ଟାରେ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏକ ଭବ୍ୟ ମଣ୍ଡପ ନିର୍ମାଣ କରାଯାଇଥିବା ବେଳେ ଗୋପାଳ ଭାଇମାନଙ୍କ ଲଉଡ଼ି ଖେଳ ପାଇଁ ଏକ ଗୋଷ୍ଠୀ ଗୃହ ମଧ୍ୟ ନିର୍ମାଣ କରାଯାଇଛି ତତ୍ ସହିତ ଏହି ମେଳଣର ଐତିହ ପରମ୍ପରାକୁ ଆହୁରି ରୁଦ୍ଧିମନ୍ତ କରିବା ପାଇଁ ପ୍ରବେଶ ପଥରେ ଭବ୍ୟ ତୋରଣ ସାଂଗକୁ ଏହି ମେଳଣ ପଡ଼ିଆକୁ ସଂଯୋଗ କରୁଥିବା ରାସ୍ତାକୁ ମଧ୍ୟ ସମ୍ପ୍ରସାରଣ କରାଯିବ ସହିତ ନୂତନ ରାସ୍ତା ନିର୍ମାଣ କରାଯାଇଛି ଯାହାକୁ ନେଇ ବିଧାୟକ ଛବି ମଲ୍ଲିକଙ୍କୁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି !

Related posts

ହିଞ୍ଜିଳୀରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

mahabharatanews

ବିଦ୍ୟୁତ ତାରରେ ଶ୍ରମିକ ଗୁରୁତର ଆହାତ

mahabharatanews

ପ୍ରବଳ ତାତି : ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews