ଓଡିଶା

ବିଧାନସଭାରେ ଉଠିଲା ଦାରିଙ୍ଗିବାଡି ବ୍ଲକ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିବା ପ୍ରସଙ୍ଗ

ଭୁବନେଶ୍ୱର;ବିଧାନସଭାରେ ଉଠିଲା ଦାରିଙ୍ଗିବାଡି ବ୍ଲକ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିବା ପ୍ରସଙ୍ଗ । ଏନେଇ ଆଜି ବିଧାନସଭାରେ ବିସ୍ତୃତ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ଏନେଇ ଆଜି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ରମାକାନ୍ତ ଭୋଇ । ସେ ପଚାରିଥିଲେ ଯେ, ମାଣ୍ଡିପଙ୍କା ଗାଁରେ ରାସନ ହିତାଧିକାରୀଙ୍କ ଇ-ଭେରିଫିକେସନ କେବେ ଆରମ୍ଭ ହେଇଥିଲା ଆଉ କେବେ ଶେଷ ହେଇଥିଲା? ଏହାସହ ସେମାନଙ୍କୁ କେବେ ରାସନ୍ ଦିଆଯାଇଥିଲା ବୋଲି ସେ ପ୍ରଶ୍ନ କରିଥିଲେ ।ଏହାର ଉତ୍ତର ରଖି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଥିଲେ ଯେ, ଗତ ସେପ୍ଟେମ୍ବର ୨୭ ତାରିଖରେ ଦାରିଙ୍ଗିବାଡି ବ୍ଲକ୍ ମାଣ୍ଡିପଙ୍କା ଗାଁରେ ରାସନ୍ ହିତାଧିକାରୀଙ୍କ ଇ-ଭେରିଫିକେସନ୍ ଆରମ୍ଭ ହେଇଥିଲା । ଯାହାକି ଏଯାଏଁ ଚାଲୁ ରହିଛି । ତେବେ ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିଥିବା ତିନି ଜଣଙ୍କ ନାଁ କହିବା ସହ ମୋଟ ୧୮ ଜଣ ମୃତ ବ୍ୟକ୍ତିଙ୍କ ନାଁ ଲିଷ୍ଟରୁ କଟାଯାଇଛି ବୋଲି ଯୋଗାଣ ମନ୍ତ୍ରୀ ସୂଚନା ଦେଇଥିଲେ । ଅନ୍ୟପଟେ ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଅତିରିକ୍ତ ୧୨ କେଜି ଲେଖାଏଁ ମାଣ୍ଡିଆ ବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Related posts

 ଆଜି ପବିତ୍ର ଉତ୍କଳ ଦିବସ 

mahabharatanews

୧୫ରୁ ଭୁବନେଶ୍ୱର-ଦୁବାଇକୁ ଆରମ୍ଭ ବିମାନ ସେବା

mahabharatanews

ଯୁକ୍ତ ଦୁଇ ନାମଲେଖା ଆବେଦନର ଆଜି ହେଉଛି ଶେଷ ଦିନ

mahabharatanews