ମନୋରଞ୍ଜନ

ରିଲିଜ ହେଲା ‘ଦ କଶ୍ମୀର ଫାଇଲ୍ସ ଅନ୍‌ରିପୋର୍ଟଟେଡ୍‌’ର ଟ୍ରେଲର 

(ମୁମ୍ବାଇ) : ରିଲିଜ ହୋଇଛି ୱେବ୍ ସିରିଜ୍ ‘ଦ କଶ୍ମୀର ଫାଇଲ୍ସ ଅନ୍‌ରିପୋର୍ଟଟେଡ୍‌’ର ଟ୍ରେଲର । ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ଶୁକ୍ରବାର ଦିନ ରିଲିଜ୍‌ କରିଛନ୍ତି। ‘ଦ କଶ୍ମୀର ଫାଇଲ୍ସ ଅନ୍‌ରିପୋର୍ଟଟେଡ୍‌’ ହେଉଛି ସାତୋଟି ଏପିସୋଡ୍ ବିଶିଷ୍ଟ ଏକ ୱେବ୍ ସିରିଜ୍। ଏହା ଓଟିଟି ଡିଜିଟାଲ୍ ପ୍ଲାଟଫର୍ମ ‘ଜି୫’ ରେ ମୁକ୍ତିଲାଭ କରିବ।

ସୂଚନାନୁଯାୟୀ , ଶୁକ୍ରବାର ଏହାର ଟ୍ରେଲର ରିଲିଜ ହୋଇଛି, ଯାହାକୁ ବିବେକ ଅଗ୍ନିହୋତ୍ରୀ ନିଜେ ସେୟାର କରିଛନ୍ତି। ଅଗ୍ନିହୋତ୍ରୀ କହିଛନ୍ତି ଯେ ତାଙ୍କର ୨୦୨୨ ମସିହାର ଚଳଚ୍ଚିତ୍ର ‘କଶ୍ମୀର ଫାଇଲ୍ସ’ ପାଇଁ କରାଯାଇଥିବା ଅନୁସନ୍ଧାନ, ଭିଡିଓ ଏବଂ ସାକ୍ଷାତକାର ଆଧାରରେ ଏହି ୱେବ୍ ସିରିଜ୍ ପ୍ରସ୍ତୁତ କରାଯାଇଛି। ଟ୍ୱିଟରରେ ଟ୍ରେଲର୍‌ ରିଲିଜ୍‌ ହେବା ପରେ ପ୍ରଶଂସକଙ୍କ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି।

Related posts

ଉର୍ବଶୀଙ୍କ ପାଇଁ ୩କୋଟି ଟଙ୍କାର କେକ୍

mahabharatanews

ଚର୍ଚାରେ ବିଦ୍ୟୁତଙ୍କ ଉଲଗ୍ନ ଫୋଟୋ 

mahabharatanews

ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ଓସ୍ତାଦ ରସିଦ ଖାନ 

mahabharatanews