ମନୋରଞ୍ଜନ

୨୦୦କୋଟି ଅତିକ୍ରମ କଲା ଫିଲ୍ମ ‘ଦି କେରଳ ଷ୍ଟୋରୀ’ 

(ମୁମ୍ବାଇ) :   ୨୦୦କୋଟି ଅତିକ୍ରମ କଲା ଫିଲ୍ମ ‘ଦି କେରଳ ଷ୍ଟୋରୀ’  । ରିଲିଜର ୧୮ଦିନରେ ଫିଲ୍ମଟି ୨୦୦କୋଟି କ୍ଲବରେ ସାମିଲ ହୋଇଛି।  ମେ’ ୫ରେ ରିଲିଜ୍ ହୋଇଥିଲା ବହୁଚର୍ଚ୍ଚିତ ଫିଲ୍ମର ବଜେଟ ମାତ୍ର ୧୫-୨୦କୋଟି ଥିବା ବେଳେ ଏବେ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ଦେଖାଯାଇଛି।

ସୂଚନାନୁଯାୟୀ , ଫିଲ୍ମଟି ୯ମ ଦିନର ଆୟ ‘କେଜିଏଫ୍-୨’ର ରେକର୍ଡ ଭାଙ୍ଗିଥିବା ବେଳେ ଏବେ ୧୦ମ ଦିନର ଆୟ ଶାହରୁଖଙ୍କ ସୁପରହିଟ ଫିଲ୍ମ ‘ପଠାନ’ର ରେକର୍ଡ ଭାଙ୍ଗିଥିଲା। ଏବେ ଚଳିତ ବର୍ଷର ଦ୍ବିତୀୟ ବଡ଼ ବଲିଉଡ ଫିଲ୍ମ ପାଲଟିଛି ‘ଦି କେରଳ ଷ୍ଟୋରୀ’। ଏତେ କମ ବଜେଟରେ ନିର୍ମାଣ ହୋଇଥିବା ଫିଲ୍ମଟି ଏତେ ସଫଳ ହେବ ‌ବୋଲି କେହି ଆଶା ରଖିନଥିବା ବେଳେ ଫିଲ୍ମଟି କମାଲ କରିଛି।

 

 

Related posts

 ୧୧ରେ ରିଲିଜ ହେବ ସନ୍ନିଙ୍କ ଅଭିନୀତ ‘ଗଦର-୨’ 

mahabharatanews

ଘୋଷଣା ହେଲା ‘ପୁଷ୍ପା ୨-ଦ ରୁଲ୍’ର ରିଲିଜ୍ ତାରିଖ 

mahabharatanews

ଓଟିଟି ପ୍ଲାଟ୍‌ଫର୍ମରେ ‘ଗଦର ୨’ 

mahabharatanews