ଓଡିଶା

ବାତିଲ ହୋଇନି ମେଟ୍ରୋ ପ୍ରକଳ୍ପ କିଛି ସମୟ ପାଇଁ ସ୍ଥଗିତ ରହିଛି

ବାତିଲ ହୋଇନି ମେଟ୍ରୋ ପ୍ରକଳ୍ପ କିଛି ସମୟ ପାଇଁ ସ୍ଥଗିତ ରହିଛି, ଏଭଳି କିଛି ମେଟ୍ରୋ ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କହିଛନ୍ତି ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିଚାରାଧୀନ ରହିଛି । ଭୁବନେଶ୍ୱରରେ ମେଟ୍ରୋ କର୍ପୋରେସନ ଅଫିସ ଚାଲୁ ରହିଛି । ଏନେଇ ଆଃନ୍ତ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି। ପୂର୍ବ ସରକାର ଗ୍ରାଉଣ୍ଡ ସ୍ଥିତି ନପରଖି ମେଟ୍ରୋ ପ୍ରକଳ୍ପ ଘୋଷଣା କରିଥିଲେ । ଏମିତିକି କେନ୍ଦ୍ରୀୟ ସହଯୋଗ ନେଇନଥିଲେ । ଏବେ ଯାହାବି ହେବ କେନ୍ଦ୍ରୀୟ ସହାୟତା ନେଇ କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

Related posts

ରାତି ଅଧରେ ଧାରଣାରେ ଶତାଧିକ ଗ୍ରାମବାସୀ

mahabharatanews

ଚାଷୀଙ୍କ ପାଇଁ ମରୁଡି ସହାୟତା

mahabharatanews

କଣିହାଁରେ ପଞ୍ଚାୟତରାଜ ଦିବସ ପାଳିତ

mahabharatanews