ଓଡିଶା

ତାରାଙ୍କ ପିଲା ପରିସ୍ରା ଉପାଖା୍ୟାନରେ ଉତ୍ତର ରଖିଲେ ମନ୍ତ୍ରୀ

ତାରାଙ୍କ ପିଲା ପରିସ୍ରା ଉପାଖ୍ୟାନ ଶୁଣି ଗୃହରେ ହାସ୍ୟ ରୋଳ। ୨୦୧୬-୧୭ ରେ ବୋରିଗୁମ୍ମା ବ୍ଲକର ମେଗା ପ୍ରକଳ୍ପ ଆରମ୍ଭ ହୋଇଥିଲା । କିନ୍ତୁ ଆଜି ଯାଏଁ ସରିନି । ଯେଉଁଠି ପାଣି ଆସୁଛି, ପିଲା ପରିସ୍ରା ଠାରୁ ବି କମ୍ ପାଣି ଆସୁଛି । ୯୮ ପ୍ରତିଶତ ବିଲ ନେଇ ସାରିଛି ଠିକାଦାର କମ୍ପାନୀ । ତେଣୁ ସେହି ଠିକାଦାର କମ୍ପାନୀ ବିରୋଧରେ କଣ କାର୍ୟ୍ୟନୁଷ୍ଠାନ ନିଆଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ପ୍ରଶ୍ନ କଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ? ସେପଟେ ତାରାଙ୍କ ଏଭଳି ପ୍ରଶ୍ନରେ ଉତ୍ତର ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ସେ କହିଛନ୍ତି ବହୁତ କମ୍ ସମୟ ଭିତରେ ବୋରିଗୁମ୍ମା ବ୍ଲକରରେ ଠିକାଦାର କମ୍ପାନୀ କାମ କରିଥିଲା । ଏ ନେଇ ଏହି ମାସ ଶେଷ ସୁଦ୍ଧା ସମସ୍ତେ ମିଶି ଆଲୋଚନା କରି ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ନିଆଯିବ ।

Related posts

ଆଜି ମହାପ୍ରଭୁଙ୍କର ପ୍ରଳମ୍ବାସୁରବଧ ବେଶ , ପ୍ରବଳ ଗହଳି 

mahabharatanews

୨୯ ଯାଏଁ ରାଜ୍ୟରେ କୋହଳ ପାଗ 

mahabharatanews

ବସ୍, ସ୍କୁଟି ମୁହାଁ ମୁହିଁ….

mahabharatanews