ଓଡିଶାଭାରତରାଜନୀତି

ରାଷ୍ଟ୍ରପତିଙ୍କୁ ଭେଟିବାକୁ ଦିଲ୍ଲୀ ଗଲେ ବିଧାୟକ

ଭୁବନେଶ୍ୱର: ଓଡି଼ଶା ବିଧାନସଭା ପକ୍ଷରୁ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପାଇଁ ୨୬ ଜଣ ବିଧାୟକ ଯାଇଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ସମ୍ପୃକ୍ତ ୨୬ ଜଣ ବିଧାୟକ ଦିଲ୍ଲୀ ଯାଇଛନ୍ତି। ସେମାନେ ଆସନ୍ତାକାଲି ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ବିଜେଡିର ୧୫, ବିଜେପିର ୬, କଂଗ୍ରେସର ୩ ଏବଂ ସିପିଆଇର ଜଣେ ବିଧାୟକ ରହିଛନ୍ତି। ବିଧାନସଭା ସଚିବାଳୟ ପକ୍ଷରୁ ସମସ୍ତ ବିଧାୟକଙ୍କ ଗସ୍ତ ଖର୍ଚ୍ଚ ବହନ କରାଯିବ ବୋଲି ଜଣାପଡିଛି। ବିଧାୟକମାନେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସାଦ ନେଇଥିବା ଜଣାପଡିଛି। ସେପଟେ କାର୍ଯ୍ୟ ଦିବସର ତିନି ଦିନ ପୂର୍ବରୁ ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଛି। ସୂଚନା ଅନୁସାରେ ଏନଡିଏ ପକ୍ଷରୁ ଶ୍ରୀମତୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜ୍ୟରେ ଆନନ୍ଦ ପ୍ରକାଶ ପାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ମତ ନିର୍ବିଶେଷରେ ସମସ୍ତ ବିଧାୟକ ଶ୍ରୀମତୀ ମୁର୍ମୁଙ୍କୁ ଭୋଟ ଦେବା ଲାଗି ନିବେଦନ କରିଥିଲେ। ଏହାପରେ ବିଜେଡି ସମେତ ସିପିଆଇର ଜଣେ ବିଧାୟକ, ଜଣେ ସ୍ୱାଧୀନ ବିଧାୟକ ସମର୍ଥନ କରିଥିଲେ।

Related posts

ପରଲୋକରେ ସ୍ୱତନ୍ତ୍ର ସୁରକ୍ଷା ମୁଖ୍ୟ ଅରୁଣ କୁମାର ସିହ୍ନା

mahabharatanews

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

mahabharatanews

୧୦ ଅଧିକାରୀଙ୍କ କାନ୍ଧରେ ୧୦ ଜିଲ୍ଲାର ବିକାଶ ଭାର

mahabharatanews