ବିଶେଷବିଶ୍ୱଭାରତ

ଆରମ୍ଭ ହେବାକୁ ଯାଉଛି ମୁସଲିମ୍‌ ସମ୍ପ୍ରଦାୟର ରମଜାନ ପର୍ବ

ମକ୍କା :  ପେଗମ୍ବର ମୁହମ୍ମଦଙ୍କ ଜନ୍ମସ୍ଥାନ ମକ୍କାରେ ଏହାକୁ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ। ଇତିମଧ୍ୟରେ ସାଉଦି ଆରବରେ ଏବେଠାରୁ ରମଜାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରମଜାନକୁ ଦୃଷ୍ଟିରେ ରଖି ସାଉଦି ଆରବ ସରକାର ଅନେକ ଗାଇଡଲାଇନ୍ସ ଜାରି କରିଛନ୍ତି। ରମଜାନ ମାସର ଆରମ୍ଭରୁ ହିଁ ଦିନରେ ସମସ୍ତ ରେଷ୍ଟୁରାଣ୍ଟ ବନ୍ଦ ରହିବ। କିନ୍ତୁ ସନ୍ଧ୍ୟା ସମୟରେ ସମସ୍ତ ରେଷ୍ଟୁରାଣ୍ଟ ଖୋଲା ରହିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଯାହାଫଳରେ ଲୋକମାନେ ସନ୍ଧ୍ୟାରେ ନିଜର ଉପବାସ ଖୋଲିପାରିବେ। ଏଥିସହ ମସଜିଦ୍‌ରେ ନମାଜ ପଢ଼ିବା ସମୟରେ ସିଧାପ୍ରସାରଣ ଉପରେ ମଧ୍ୟ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ସୂଚନାଯୋଗ୍ୟ, ରମଜାନର ପୁରା ମାସଟା ଯାଏ ମୁସଲିମ୍‌ ସମ୍ପ୍ରଦାୟ ବ୍ୟକ୍ତିମାନେ ସୁର୍ଯ୍ୟେଦୋୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଉପବାସ କରିଥାନ୍ତି। ସାଧାରଣ ଭାବେ ଏହି ପବିତ୍ର ମାସ ୨୯ଦିନ ବା ୩୦ ଦିନର ହୋଇଥାଏ।

Related posts

ବର୍ଷାରେ ଭିଜିଲା ଦିଲ୍ଲୀ-ଏନସିଆର

mahabharatanews

ମନ୍ଦିରରେ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ କଲେ ମୁସ୍‌ଲିମ୍‌ ଯୁବତୀ

mahabharatanews

ଦେଶରେ ଦିନକରେ ୬,୩୯୬ ଆକ୍ରାନ୍ତ ଚିହ୍ନଟ ଓ ୨୦୧ ଜଣ ମୃତ

mahabharatanews

Leave a Comment