ଓଡିଶା

ପ୍ରମାଣ ଅଭାବରୁ ଗଣଦୁଷ୍କର୍ମକାରୀଙ୍କୁ ଦୋଷମୁକ୍ତ

(ରାଇରଙ୍ଗପୁର / ସତ୍ୟନାରାୟଣ ପାଲ) ; ୨୦୧୬ ମସିହା ଅକ୍ଟୋବର ମାସରେ ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ରେ ଘଟିଥିବା ଏକ ଗଣ ଦୁଷ୍କର୍ମ ମାମଲାରେ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ ।କିନ୍ତୁ ଆଜି ନଅ ଜଣ ଅଭିଯୁକ୍ତଙ୍କୁ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅନୁପ ରଞ୍ଜନ ପଟ୍ଟନାୟକ ୧୭ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଛନ୍ତି । ସୂଚନାଥାଉ କି ୨୦୧୬ ମସିହା ଅକ୍ଟୋବର ୧୨ ରାତିରେ ବାଦାମପାହାଡ଼ରେ ହୋଉଥିବା ଦୁର୍ଗାପୂଜା ର ଯାତ୍ରା ରୁ ଜଣେ ବାଳିକା କୁ ଅପହରଣ କରି ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଦୁଷ୍କର୍ମ ଅଭିଯୋଗ ରେ ସ୍ଥାନୀୟ ଅଞ୍ଚଳର ଆଠ ଜଣ ଓ ଜାମଦା ଅଂଚଳର ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଥିଲା। ତେବେ ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତଙ୍କୁ ମାନ୍ୟବର ଅଦାଲତ ନିର୍ଦୋଷରେ ଖଲାସ କରିଥିଲେ।

 

Related posts

୯୬ ନୂତନ ପଜିଟିଭ ଚିହ୍ନଟ ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯

mahabharatanews

ଆଜିଠୁ ‘ମୋ ଘର’ ପାଇଁ କରିପାରିବେ ଆବେଦନ

mahabharatanews

ଘନ କୁହୁଡ଼ି, ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁଚ

mahabharatanews