ଭାରତ

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

(ଭୁବନେଶ୍ୱର) : ଆଜି ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ । ଏହି ଅବସରରେ ପୁରା ଦେଶ ଆଜି ତାଙ୍କୁ ସ୍ମରଣ କରୁଛି ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ପଟେଲଙ୍କୁ ମନେ ପକାଇ ତାଙ୍କୁ ପ୍ରଣାମ ଜଣାଇଛନ୍ତି । ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ତଥା ରଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜୁରାଟର କେଭାଡିଆରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ଦେଶର ପ୍ରଥମ ଗୃହମନ୍ତୀ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ସୂଚନାନୁଯାୟୀ ,   ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତୀୟ ଏକତା ପ୍ରତି ତାଙ୍କର ପ୍ରତିବଦ୍ଧତା ସମସ୍ତଙ୍କୁ ମାର୍ଗଦର୍ଶନ କରୁଛି । ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀରେ ଆମେ ତାଙ୍କର ଅଦମ୍ୟ ଭାବନା, ଦୂପଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ଅସାଧାରଣ ନିଷ୍ଠାକୁ ମନେ ରଖିଛୁ । ଜାତୀୟ ଏକତା ପାଇଁ ତାଙ୍କ ଅବଦାନ ଆଜି ମଧ୍ୟ ଆମକୁ ମାର୍ଗଦର୍ଶନ କରେ । ଆମେ ସର୍ବଦା ତାଙ୍କ ପାଖରେ ଋଣି ରହିବୁ । ଗୁଜୁରଟାର ଏକତା ନଗରରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ଦେଶ ଗଠନ ପାଇଁ ଶପଥ ପାଠ କରାଇଥିଲେ ।

Related posts

ସଂସଦ ଭବନରେ ଗଦର-୨ ସ୍କ୍ରିନିଂ 

mahabharatanews

ଲାମାନଙ୍କୁ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ସମଗ୍ର ବିଶ୍ୱରୁ ସହାୟତା ଯୋଗାଡ ହେଉଛି

mahabharatanews

ସୁନ୍ଦରକାଣ୍ଡ ପାଠ କାର୍ଯ୍ୟକ୍ରମ ଆୟୋଜନ କଲେ କେଜ୍ରିଓ୍ବାଲ

mahabharatanews