ଭାରତ

ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା  ଜାମିନ

(ଦିଲ୍ଲୀ) : ଆଜି ଆନ୍ଧ୍ରପ୍ରଦେଶ ହାଇକୋର୍ଟ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା  ଜାମିନ । ଚାରି ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ୫୨ ଦିନ ପରେ ସ୍ୱାସ୍ଥ୍ୟଗତ ସମସ୍ୟା ଆଧାରରେ ତାଙ୍କୁ ଜାମିନ ମିଳିଛି ।

 ସୂଚନାନୁଯାୟୀ , ସ୍କିଲ୍ ଡେଭଲପମେଣ୍ଟ ସ୍କାମ ମାମଲାରେ ତାଙ୍କୁ ରାଜ୍ୟ ପୁଲିସ ଗିରଫ କରିଥିଲା। ତେବେ ତାଙ୍କୁ ଅନେକ ସର୍ତ୍ତ ଆଧାରରେ ଏହି ଜାମିନ ପ୍ରଦାନ କରାଯାଇଛି। ୨୪ ନଭେମ୍ବରରେ ନାଇଡୁଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଭେମ୍ବର ୧୦ ରେ ମୁଖ୍ୟ ଜାମିନ ଆବେଦନ ଉପରେ ଶୁଣାଣି ହେବ। ଡାକ୍ତରଖାନା ଯିବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Related posts

ଆଜମ ଖାଁଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ

mahabharatanews

ଆଜି ବି ଇଡିରେ ହାଜର ହେବେ ନାହିଁ କେଜ୍ରିୱାଲ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୩, ୧୫୭ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews