Uncategorized

୯ ମିନିଟ ପାଇଁ ଦୀପ ଜଳାଇବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

(ଦିଲ୍ଲୀ ): ୧୩୦ କୋଟି ଦେଶବାସୀ ଏପ୍ରିଲ ୫ ତାରିଖ ରାତି ୯ଟା ବେଳେ ଘରର ସମସ୍ତ ଲାଇଟ ବନ୍ଦ ରଖନ୍ତୁ । ଏହା ସହ ସମସ୍ତେ ୯ ମିନିଟ ପାଇଁ ଘର ବାଲକୋନିରେ ଛିଡ଼ା ହୋଇ ମହମବତୀ, ଟର୍ଚ୍ଚ , ମୋବାଇଲ ଟର୍ଚ୍ଚ ଲାଇଟ କିମ୍ବା ଦୀପ ଜଳାନ୍ତୁ ଏ ପରି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଭାରତବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ମୋଦୀ ମହାମାରୀ କରୋନାରୁ ମୁକୁଳିବାକୁ ପାଇଁ ଲୋକଙ୍କୁ ସଚେତନ କରିଛନ୍ତି । ମାର୍ଚ୍ଚ ୨୨ରେ ସ୍ୱଇଚ୍ଛାରେ ଦେଶବାସୀ ଜନତା କର୍ଫ୍ୟୁରେ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦୀ । ଏହା ସହ ଦେଶବ୍ୟାପୀ ୨୧ଦିନିଆ ଲକ୍ ଡାଉନକୁ ଲୋକଙ୍କ ସମର୍ଥନ ଓ ଜରୁରୀକାଳୀନ ସେବାରେ ଯେଉଁମାନେ ନିୟୋଜତ ହୋଇଛନ୍ତି ସେମାନଙ୍କୁ ମଧ୍ୟ ପ୍ରଂଶସା କରିଛନ୍ତି ମୋଦୀ । ସାମାଜିକ ଦୂରତା ବଜାୟ ରଖିବାକୁ ମୋଦୀ ଦେଶବାସୀଙ୍କୁ ଅପିଲ କରଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏହି ଭିଡ଼ିଓ ବାର୍ତ୍ତା ଜରିଆରେ କହିଛନ୍ତି ଯେ, ସମସ୍ତେ ସଂକଳ୍ପ କରନ୍ତୁ ଆମେ ଏକା ନୁହେଁ ୧୩୦ କୋଟି ଦେଶବାସୀ ରହିଛୁ । ରାସ୍ତାଘାଟ, ବାଲକୋନି କିମ୍ବା ସାମାଜିକ ଆୟୋଜନରେ ଅଧିକ ଲୋକ ଏକତ୍ର ହୁଅନ୍ତୁ ନାହିଁ ।

ମୋଦୀ କହିଛନ୍ତି ଯେ ୧୩୦ କୋଟି ଦେଶବାସୀ ଏପ୍ରିଲ ୫ ତାରିଖ ରାତି ୯ଟା ବେଳେ ଘରର ସମସ୍ତ ଲାଇଟ ବନ୍ଦ ରଖନ୍ତୁ । ଏହା ସହ ସମସ୍ତେ ୯ ମିନିଟ ପାଇଁ ଘର ବାଲକୋନିରେ ଛିଡ଼ା ହୋଇ ମହମବତୀ, ଟର୍ଚ୍ଚ , ମୋବାଇଲ ଟର୍ଚ୍ଚ ଲାଇଟ କିମ୍ବା ଦୀପ ଜଳାନ୍ତୁ । ଜନତା ଜନାର୍ଦ୍ଦନ ଇଶ୍ୱରଙ୍କ ରୂପ ବୋଲି ସେ କହିଛନ୍ତି।

Related posts

ଦିନକରେ ୧୮ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ମୁଫ୍ତିଙ୍କ ସମେତ ଅଟକ ବନ୍ଦୀଙ୍କୁ ଛାଡିବାକୁ ଇଲତେଜାଙ୍କ ଅନୁରୋଧ

mahabharatanews

ବରିଷ୍ଠ ଏନସିପି ନେତା ଡିପି ତ୍ରିପାଠୀଙ୍କ ପରଲୋକ

mahabharatanews