Uncategorized

ବୀର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ରାଜଧାନୀରେ ‘ବୀର ବଲ ଦିବସ’ କାର୍ୟ୍ୟକ୍ରମ ଆୟୋଜିତ ହୋଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିବା ବେଳେ ବୀର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ପରିପେକ୍ଷିରେ ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନରେ କହିଛନ୍ତି, ମୁଁ ଆଜି ଭାଗ୍ୟବାନ ମନେ କରୁଛି । କାରଣ ଆଜିର ଦିନକୁ ଅର୍ଥାତ୍ ୨୬ ଡିସେମ୍ବରକୁ ‘ବୀର ବଲ ଦିବସ’ ଭାବେ ଘୋଷଣା କରିବାର ସୁଯୋଗ ପାଇଛି । ଏହି ଦିବସ ଆମକୁ ସର୍ବଦା ସ୍ମର କରାଇବ ଗୁରୁଙ୍କ ଅବଦାନ କ’ଣ ? ଦେଶର ଆତ୍ମସମ୍ମାନ ପାଇଁ ଶିଖ୍ ପରମ୍ପରାର ବଳିଦାନ କ’ଣ ? ଏହି ଦିବସ ଭାରତର ପରିଚୟକୁ କହିବ । ଆୟୋଜିତ କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିବା ବେଳେ, ସ୍ଥାନୀୟ ବାସିନ୍ଦା ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେମାନେ କହିଛନ୍ତି, ଆଜିର ଦିନ ଆମ ପାଇଁ ସ୍ୱତନ୍ତ୍ର । ସାହିବଜାଦା ବାବା ଜୋରୱାର ସିଂ ଜୀ ଏବଂ ସାହିବଜାଦା ବାବା ଫତେହ ସିଂ ଜୀଙ୍କ ବଳିଦାନକୁ ଆଜି ସମ୍ମାନିତ କରାଯାଉଛି । ଆସନ୍ତା ବର୍ଷ ଠାରୁ ଏହି ଦିନକୁ ଛୁଟିଦିନ ଘୋଷଣା କରାଯିବା ଉଚିତ୍ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

Related posts

ଦୁଷ୍କର୍ମ: ମାମଲାର ତୁରନ୍ତ ଶୁଣାଣି ପାଇଁ ୨୧୮ ଫାଷ୍ଟଟ୍ରାକ କୋର୍ଟ ଗଠନକୁ ଯୋଗୀଙ୍କ ମଞ୍ଜୁରୀ

mahabharatanews

ସିଲ୍‌ ହେଲା ଦିଲ୍ଳୀର ୧୩ଟି କୋଚିଂ ‌ସେଣ୍ଟର୍‌

mahabharatanews

ହାପିନେସ କ୍ଲାସରେ ଯୋଗ ଦେବେନି କେଜ୍ରିୱାଲ, ସିସୋଦିଆ

mahabharatanews