ଓଡିଶା

ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ତିନି ରଥ କାଠ ଚିରଟ ପ୍ରକ୍ରିୟା

(ଜୟନ୍ତ କୁମାର ସେଠୀ, ଗୋପ): ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ତିନି ରଥ କାଠ ଚିରଟ ପ୍ରକ୍ରିୟା ପରମ୍ପରା କ୍ରମେ ରାମ ନବମୀ ତିଥିରେ ଆରମ୍ଭ ହୋଇଛି । କଟକର ଖପୁରିଆ ସରକାରୀ କରତ କଳରେ ଏହି କାଠ ଚିରଟ କରାଯିବ । ସେଥିପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଓ ମହାପ୍ରସାଦ ଯିବା ପରେ ଚିରଟ କାର୍ୟ୍ୟ ଆରମ୍ଭ ହୋଇଥାଏ । ଗୁରୁବାର ଏଥିପାଇଁ ରଥ ନିର୍ମାଣ ତତ୍ବାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ବରେ ତିନି ଜଣିଆ ଟିମ କଟକ ଯାଇଛନ୍ତି । ସେଠାରେ କାଠ ପୂଜା ପରେ ତିନିଟି ଧଉରା କାଠ ପ୍ରଥମେ ଚିରଟ କରାଯିବ । ତେବେ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ୟ୍ୟ ଆରମ୍ଭ କରାଯିବ । ନେତ୍ରୋତ୍ସବରେ ତିନି ରଥ ନିର୍ମାଣ ଶେଷ ହେବ । ଅନ୍ୟପଟେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ବନ୍ଦ ପରେ ଘୋଷଯାତ୍ରାକୁ ନେଇ ମଧ୍ୟ ସମାନ ଆଶଙ୍କା ରହିଛି। ତେବେ ତିନି ରଥର ତତ୍ବାବଧାରକ ସୁଦର୍ଶନ ମେକାପ କିନ୍ତୁ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।

Related posts

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ; ସିଭିଅର ହିଟ୍‌ୱେଭ୍‌ ସମ୍ଭାବନା 

mahabharatanews

ସାମାଜିକ ବାସନ୍ଦର ଦଣ୍ଡ ଭୋଗୁଛନ୍ତି ପରିବାର

mahabharatanews

ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

Leave a Comment