ଭାରତ

୧୭ ଦିନରେ ରେସ୍କ୍ୟୁ ଅପରେସନ; ଆଉ ମାତ୍ର ୫ ମିଟର 

(ଉତ୍ତରକାଶୀ) : ଉତ୍ତରକାଶୀ ଟନେଲରେ ୧୭ ଦିନରେ ପହଞ୍ଚିଛି ରେସ୍କ୍ୟୁ ଅପରେସନ । ବର୍ତ୍ତମାନ ପର୍ଯ୍ୟନ୍ତ ଖୋଳା ସରିଲାଣି ପ୍ରାୟ ୫୨ ମିଟର, ଏବେ ହାତରେ ଖୋଳା ଚାଲିଛି ଟନେଲ୍ । ଆଉ ମାତ୍ରା ୫ ମିଟର ରହିଲା ଶ୍ରମିକଙ୍କ ପାଖରେ ପହଞ୍ଚିବା ପାଇଁ । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟ ସାରିବାକୁ ସମସ୍ତେ ଆଶା ବାନ୍ଧିଛନ୍ତି ।

ସୂଚନାନୁଯାୟୀ, ପ୍ଲାନ୍ ବି’ଅନୁସାରେ ପାହାଡ଼ ଉପରୁ ଭର୍ଟିକାଲ ଡ୍ରିଲିଂ ଜାରି ରହିଛି । ୮୬ ମିଟରରୁ ୪୬ ମିଟର ଡ୍ରିଲିଂ କାର୍ଯ୍ୟା ଶେଷ ହୋଇଥିବା ନେଇ ସୂଚନା ମିଳିଛି । ମେସିମ୍ ଭଗ୍ନାଂଶ ସୁଡ଼ଙ୍ଗ ଭିତରେ ବାହାରିବା ପରେ ମାନୁଆଲ ଡ୍ରିଲିଂ କାର୍ଯ୍ୟା ଆରମ୍ଭ ହୋଇଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି । ଯେଉଁଥିରେ ରେସ୍କ୍ୟୁ ଟିମର ସଦସ୍ୟ ପାଇପ୍ ଭିତରୁ ମାଟି ବାହାରକୁ କାଢୁଥିବାର ଦେଖିବା ପାଇଁ ମିଳୁଛି । ନୁଆଲ୍ ଡ୍ରିଲିଂ ପାଇଁ ରେଟ୍ ମାଇନର୍ସଙ୍କ ତିନୋଟି ଟିମ୍ ରହିଛି । ଯେଉଁଥିରେ ୧୨,୭ ଏବଂ ୫ ସଦସ୍ୟଙ୍କ ଏହି ଟିମ୍ ରେସ୍କ୍ୟୁ କାମରେ ଲାଗିଛନ୍ତି । ସେପଟେ ଭର୍ଟିକାଲ ଡ୍ରିଲିଂ କାମ ମଧ୍ୟ ଦ୍ରୁତ୍ ଗତିରେ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୪୦ ପ୍ରତିଶତ କାର୍ଯ୍ୟ ପୁରା ହୋଇସାରିଲାଣି ।

Related posts

ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କର ଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ

mahabharatanews

ହେମନ୍ତଙ୍କ ପତ୍ନୀଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

mahabharatanews

ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ମଜୁରୀ ସହ ବୋନସ ଘୋଷଣା

mahabharatanews