ଅପରାଧଭାରତ

୩୦ ବର୍ଷର ଶିକ୍ଷକତାରେ ୬୦ ଛାତ୍ରୀଙ୍କୁ ଦୁର୍ବ୍ୟବହାରର ଅବସର ପରେ ହେଲା ଖୁଲାସା

ମାଲାପୁରମ୍‌ : ରସିକିଆ ଶିକ୍ଷକଙ୍କ ଅବସର ପରେ ଖୁଲାସା । ୩୦ ବର୍ଷର ଶିକ୍ଷକତାରେ ୬୦ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ  । ଏପରି  ଘଟଣା ଘଟିଛି କେରଳର ମାଲାପୁରମ୍‌ ଜିଲ୍ଲାରେ । ଏନେଇ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ସୂଚନା ଅନୁସାରେ ,  ମାଲାପୁରମ୍ ଜିଲ୍ଲାର କେଭି ଶଶିକୁମାର ଏସ୍‌ଟି. ଜେମାସ୍‌ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଏହି ସମୟରେ ସେ ପାଖାପାଖି ୬୦ ଜଣ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିଲେ । ସେ ମାର୍ଚ୍ଚ ୨୦୨୨ରେ ଅବସର ନେଇଥିଲେ ।

ଏନେଇ ସେ, ଫେସ୍‌ବୁକ୍‌ରେ ପୋଷ୍ଟ କରିଥିବା ବେଳେ ଜଣେ ଛାତ୍ରୀଙ୍କୁ ସେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ସ୍କୁଲ ଆଲୁମିନି ଆସୋସିଏସନ୍‌ ଅନୁସାରେ କିଛି ଛାତ୍ରୀ ୨୦୧୯ରେ ଶଶିକୁମାରଙ୍କ ନାମରେ ଅଭିଯୋଗ ଆଣିଥିଲେ। ହେଲେ ସ୍କୁଲ୍‌ କର୍ତ୍ତୃପକ୍ଷ ଏହି ଅଭିଯୋଗ ଶୁଣିନଥିଲେ । ପରେ ୫୦ରୁ ଅଧିକ ଛାତ୍ରୀ ତାଙ୍କ ନାମରେ ଏତଲା କରିଥିଲେ ।

ମାଲାପୁରମ୍‌ ମହିଳା ଥାନାରେ ଅଭିଯୋଗ ହେବା ପରେ ତାଙ୍କୁ ପୋକ୍ସୋ ଆକ୍ଟ ଆଧାରରେ ଗିରଫ କରାଯାଇଥିବା ଜଣାପଡ଼ିଛି । ତେବେ ଶଶିକୁମାର ଜଣେ ସିପିଏମ୍‌ର ସଦସ୍ୟ ହୋଇଥିବା ବେଳେ ମାଲାପୁରମ୍‌ କାଉନ୍ସିଲର୍‌ ଭାବେ ସେ ୩ ଥର କାର୍ଯ୍ୟ କରିଛନ୍ତି ଏବଂ ଏହାର ସଦସ୍ୟ ରହିଛନ୍ତି । ବର୍ତ୍ତମାନ ସେ ଏହି ପରିଷଦରୁ ଇସ୍ତଫା ଦେଇଥିବା ବେଳେ ସିପିଏମ୍‌ ତାଙ୍କୁ ଦଳରୁ ନିଲମ୍ୱିତ କରିଛି ।

Related posts

ଜୁନ୍ ୨ରେ ପ୍ରକାଶ ପାଇବ ଏହି ୨ଟି ରାଜ୍ୟର ନିର୍ବାଚନ ଫଳ

mahabharatanews

 ଆଇସିୟୁରେ ଭର୍ତ୍ତି ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ

mahabharatanews

ମରିଗଲା ମାନବିକତା ; ୨ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଉଲ୍ଲଗ୍ନ କରି ବୁଲାଇଲେ 

mahabharatanews