ଅପରାଧଭାରତ

୩୦ ବର୍ଷର ଶିକ୍ଷକତାରେ ୬୦ ଛାତ୍ରୀଙ୍କୁ ଦୁର୍ବ୍ୟବହାରର ଅବସର ପରେ ହେଲା ଖୁଲାସା

ମାଲାପୁରମ୍‌ : ରସିକିଆ ଶିକ୍ଷକଙ୍କ ଅବସର ପରେ ଖୁଲାସା । ୩୦ ବର୍ଷର ଶିକ୍ଷକତାରେ ୬୦ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ  । ଏପରି  ଘଟଣା ଘଟିଛି କେରଳର ମାଲାପୁରମ୍‌ ଜିଲ୍ଲାରେ । ଏନେଇ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ସୂଚନା ଅନୁସାରେ ,  ମାଲାପୁରମ୍ ଜିଲ୍ଲାର କେଭି ଶଶିକୁମାର ଏସ୍‌ଟି. ଜେମାସ୍‌ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଏହି ସମୟରେ ସେ ପାଖାପାଖି ୬୦ ଜଣ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିଲେ । ସେ ମାର୍ଚ୍ଚ ୨୦୨୨ରେ ଅବସର ନେଇଥିଲେ ।

ଏନେଇ ସେ, ଫେସ୍‌ବୁକ୍‌ରେ ପୋଷ୍ଟ କରିଥିବା ବେଳେ ଜଣେ ଛାତ୍ରୀଙ୍କୁ ସେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ସ୍କୁଲ ଆଲୁମିନି ଆସୋସିଏସନ୍‌ ଅନୁସାରେ କିଛି ଛାତ୍ରୀ ୨୦୧୯ରେ ଶଶିକୁମାରଙ୍କ ନାମରେ ଅଭିଯୋଗ ଆଣିଥିଲେ। ହେଲେ ସ୍କୁଲ୍‌ କର୍ତ୍ତୃପକ୍ଷ ଏହି ଅଭିଯୋଗ ଶୁଣିନଥିଲେ । ପରେ ୫୦ରୁ ଅଧିକ ଛାତ୍ରୀ ତାଙ୍କ ନାମରେ ଏତଲା କରିଥିଲେ ।

ମାଲାପୁରମ୍‌ ମହିଳା ଥାନାରେ ଅଭିଯୋଗ ହେବା ପରେ ତାଙ୍କୁ ପୋକ୍ସୋ ଆକ୍ଟ ଆଧାରରେ ଗିରଫ କରାଯାଇଥିବା ଜଣାପଡ଼ିଛି । ତେବେ ଶଶିକୁମାର ଜଣେ ସିପିଏମ୍‌ର ସଦସ୍ୟ ହୋଇଥିବା ବେଳେ ମାଲାପୁରମ୍‌ କାଉନ୍ସିଲର୍‌ ଭାବେ ସେ ୩ ଥର କାର୍ଯ୍ୟ କରିଛନ୍ତି ଏବଂ ଏହାର ସଦସ୍ୟ ରହିଛନ୍ତି । ବର୍ତ୍ତମାନ ସେ ଏହି ପରିଷଦରୁ ଇସ୍ତଫା ଦେଇଥିବା ବେଳେ ସିପିଏମ୍‌ ତାଙ୍କୁ ଦଳରୁ ନିଲମ୍ୱିତ କରିଛି ।

Related posts

 ୮ ପୁଲିସଙ୍କ ହତ୍ୟାକାରୀ ବିକାଶ ଦୁବେ ଗିରଫ 

mahabharatanews

ଜୀବନସାଥୀ ବାଛିଲେ ଟିନାଙ୍କ ପୂର୍ବତନ ସ୍ବାମୀ

mahabharatanews

ସ୍ଥଗିତ ରହିଲା ମିଶନ ଗଗନୟାନ ପରୀକ୍ଷଣ

mahabharatanews