ଭାରତ

ବିପଦ ସଂଙ୍କେତ ଛୁଇଁଲା ଯମୁନା ଜଳସ୍ତର, ଜନଜୀବନ ଅସ୍ତବ୍ୟସ୍ତ

(ଦିଲ୍ଲୀ) : ଉତ୍ତରଭାରତରେ ଲଗାତାର ଭାବେ ବର୍ଷ ହେତୁ ୫୦ବର୍ଷର ରେକର୍ଡ ଭାଙ୍ଗିଲା ଯମୁନା ଜଳସ୍ତର । ବୁଧବାର ରାତି ୯ ଟା ସୁଦ୍ଧା ଜଳସ୍ତର ୨୦୭.୯୫ ମିଟରରେ ପହଞ୍ଚିଛି । ଗତକିଛି ଦିନ ହେବ ଲଗାଣ ବର୍ଷା ଯୋଗୁ ଏବଂ ହରିୟାଣା ହଥିନିକୁଣ୍ତ ବ୍ୟାରେଜରୁ ୩.୫ ଲକ୍ଷରୁ ଅଧିକ କ୍ୟୁସେକ ଜଳ ଛଡାଯିବା କାରଣରୁ ଏପରି ସ୍ଥିତି ଉପୁଜିଛି ।

ସୂଚନା ଅନୁସାରେ, ଆଜି ଦିନ ୧୦ଟା ସୁଦ୍ଧା ଜଳସ୍ତର ୨୦୮ ମିଟର ଛୁଇଁବା ନେଇଁ ଆକଳନ କରାଯାଇଛି । ଜଳସ୍ତର ବଢିବା କାରଣରୁ ଦିଲ୍ଲୀର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବା ହେତୁ ୧୬ ହାଜରରୁ ଅଧିକ ଲୋକକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।   ଗତକାଲି ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜୁଲାଇରୁ ଏବେ ସୁଦ୍ଧା ମୃତ୍ୟୁସଂଖ୍ୟା ୯୧ ଛୁଇଁଛି । ସେପଟେ ହିମାଚଳରେ  ଭୀଷଣ ବର୍ଷାରେ ଦୁର୍ଘଟଣା, ଭୂସ୍ଖଳନ, ଫ୍ଲାସଫ୍ଲଡରେ ବଢ଼ୁଛି ମୃତ୍ୟୁସଂଖ୍ୟା । ଏବେ ବି ଜଳବନ୍ଦୀ ଅନେକ ଜୀବନ । ଗଙ୍ଗା ସମେତ ବିଭିନ୍ନ ନଦୀର ଜଳ ସ୍ତର ବୃଦ୍ଧି ପାଇବା ସହ ଉତ୍ତର ଭାରତରେ ପ୍ରବଳ ବର୍ଷା ହେତୁ ଶତାଧିକ ଲୋକଙ୍କର ମୃତ ଘଟିବା ସହ ପ୍ରାୟ ୩ ହଜାର କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ରହିଛି ।

Related posts

ପଞ୍ଚଭୂତରେ ଲୀନ ହେଲେ ଅନସାରୀ, ୧୪୪ ଧାରା ଲାଗୁ

mahabharatanews

ବିଭିନ୍ନ ସ୍ଥାନରେ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ରୋଡ୍‌ ସୋ

mahabharatanews

କଂଗ୍ରେସ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦିତାକୁ କରିବାକୁ ଶଶୀ ଥରୁର ଆଗ୍ରହୀ

mahabharatanews