ଓଡିଶାଦୁର୍ଘଟଣା

ସୁକିନ୍ଦା ଠାରୁ ଢେଙ୍କାନାଳ ସୀମା ଅନନ୍ତପୁର ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣ ଯନ୍ତା

ଜାତୀୟ ରାଜପଥ ନୁହେଁ ମୁଣ୍ଡ ନେବା ପଥ ପାଲଟି ଗଲାଣି ଜାତୀୟ ରାଜପଥ ୫୩ର ସୁକିନ୍ଦା ଠାରୁ ଢେଙ୍କାନାଳ ସୀମା ଅନନ୍ତପୁର ପର୍ଯ୍ୟନ୍ତ ୯ କିମି ରାସ୍ତା । ଦେଢ଼ ମାସ ଭିତରେ ଚାରୋଟି ପରିବାରର ରୋଜଗାରିଆ ପୁଅ ବେପରୁଆ ଗାଡି ଚାଳକଙ୍କ ଗାଡିଚାଲନା ଯୋଗୁ ମୃତ୍ୟୁମୁଖରେ ପଡିସାରିଲେଣି । ସୁକିନ୍ଦା ବ୍ଲକ ଦୁଧୁଜୋରୀ ପଂଚାୟତ ପୂବଳ ଛକରେ ହାଇବା ଚାଳକଙ୍କ ବେପରୁଆ ଓ ଦ୍ରୁତ ଗତିରେ ଗାଡି ଚାଲଣା ଯୋଗୁ ବୋତଲଣ୍ଡା ଗ୍ରାମର ନୟନ ଦେହୁରୀଙ୍କ ବଡ଼ ପୁଅ ସୁକୁରା ଦେହୁରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସୁକୁରା କାଳିଆପାଣି ଖଣିରେ କାମସାରୀ ଘରକୁ ସାଇକେଲ ଯୋଗେ ଫେରୁଥିଲେ ସୁକୁରା । ପୂବଳ ଛକରୁ ବୋତଲଣ୍ଡା ବାଇ ପାସରେ ରାସ୍ତା ଅତିକ୍ରମ କରୁଥିବା ସମୟରେ ଏକ ହାଇବା ଦ୍ରୁତଗତିରେ ଆସି ସୁକୁରାଙ୍କୁ ଧକ୍କା ଦେଇଥିଲା । ଏହି ଧକ୍କାରେ ସୁକୁରାଙ୍କର ସଙ୍ଗେ ସଙ୍ଗେ ମୃତ୍ୟୁ ଘଟିଥିଲା । ଆଖପାଖ ରେ ଉପସ୍ଥିତ ଥିବା ଲୋକମାନେ ହାଇବା କୁ ଅଟକ ରଖି ରାସ୍ତା ଅବରୋଧ କରିଥିଲେ । ତିନି ଘଣ୍ଟାଧରି ରାସ୍ତାରେ ଗାଡି ଚଳାଚଳ ଅଟକି ଯାଇଥିଲା । ଖବର ପାଇ ସୁକିନ୍ଦା ପୋଲିସ ଆସି ଲୋକମାନଙ୍କୁ ବୁଝାସୁଝା କରି ଶବ ଉଠାଇ ଥାନାକୁ ପଠାଇଥିଲେ ଏବଂ ରାସ୍ତା ଅବରୋଧ ହଟାଇ ଗାଡି ଚଳାଚଳ କରାଇବାର ବ୍ୟବସ୍ଥା କରାଇଥିଲେ । ସୁକୁରାଙ୍କ ମୃତ୍ୟୁ ପରେ ପରିବାର କେମିତି ଚଳିବ ସେ ଚିନ୍ତା ଘାରିଛି ପରିବାରକୁ । ସୁକୁରାଙ୍କର ଦୁଇ ପୁଅ ଦୃଷ୍ଟିହୀନ,ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଉପସ୍ଥିତ ଲୋକମାନେ ଦାବି କରିଥିଲେ ଏବଂ ଅନନ୍ତ ପୁର ଠାରୁ ସୁକିନ୍ଦା ପର୍ଯ୍ୟନ୍ତ ୯ କିଲୋମିଟର ରାସ୍ତାକୁ ଦୁର୍ଘଟଣାପ୍ରବଣ ଏରିଆ ଗାଡି ଧୀରେ ଚଲାନ୍ତୁ ବୋଲି ଲେଖାଥିବା ସାଇନ ବୋର୍ଡ ମାରିବା ପାଇଁ ଦାବି କରିଥିଲେ ।

Related posts

ରାଜ୍ୟସ୍ତରୀୟ ନାଟକ ଉତ୍ସବ ଉଦ୍ୟାପିତ

mahabharatanews

ପିପିଲିକୁ ହାତେଇବାକୁ ଡେଲାଙ୍ଗରେ ବ୍ଲକସ୍ତରୀୟ ବୈଠକ

mahabharatanews

ପଂଚାୟତ ନିର୍ବାଚନ, ମିଳିଲା ଉଠାଇ ନେଇଥିବା ଭୋଟ୍ ବାକ୍ସ

mahabharatanews