ଓଡିଶା

ମେୟରଙ୍କ ନେତୃତ୍ୱରେ ବିଏମସିର ଆଜି ବସିବ ଦ୍ୱିତୀୟ ପରିଷଦ ବୈଠକ

ଭୁବନେଶ୍ୱର: ଆଜି ବସିବ ବିଏମସିର ଦ୍ୱିତୀୟ ପରିଷଦ ବୈଠକ। ବିଏମସି ମେୟର ସୁଲୋଚନା ଦାସଙ୍କ ନେତୃତ୍ୱରେ ବିଏମସିର ଦ୍ୱିତୀୟ ପରିଷଦର ବୈଠକ ବସିବାକୁ ଯାଉଛି। ଆସନ୍ତା ଅଗଷ୍ଟ ୩୧ ତାରିଖରେ ରାଜ୍ୟରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହେବାକୁ ଯାଉଛି। ବର୍ତ୍ତମାନ ବର୍ଷା ଜନିତ ସମସ୍ୟା ଓ ଆଗକୁ ସ୍ୱାୟତ୍ତ ଶାସନ ଦିବସ ଥିବାରୁ ବୈଠକରେ ଏହାର ଗୁରୁତ୍ୱ ରହିଛି। ଏହାଛଡା ବିଏମସିର ବିଭିନ୍ନ ୱାର୍ଡରେ ଡେନ୍ରେଜ ସମସ୍ୟା, ପରିମଳ, ଆବର୍ଜନା ପରିଚାଳନା, ପାନୀୟ ଜଳ ଉପରେ ବୈଠକରେ ଆଲୋଚନା ହେବ ବୋଲି ଆଶା କରାଯାଉଛି। ଏହାଛଡା ସ୍ୱାୟତ୍ତ ଶାସନ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯିବ। ଏହି ଅବସରରେ ସହୀଦ ନଗର ଓ ୟୁନିଟ ୨ ସ୍ଥିତ ବହୁତଳ ବିଶିଷ୍ଟ ପାର୍କିଂ ସମେତ ସତ୍ୟନଗର ସ୍ଥିତ ବିଏମସିର ନୂଆ କାର୍ଯ୍ୟାଳୟ କୋଠାର ଉଦଘାଟନ ହୋଇପାରେ। ତେବେ ବୈଠକରେ ସମସ୍ତ କର୍ପାରେଟର, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ।

Related posts

ବାଲୁୁକା ଶିଳ୍ପିରେ ହକି ଟିମଙ୍କୁ ଶୁଭେଛା

mahabharatanews

୧୪ ବଖରା ଘର ପୋଡି ପାଉଁଶ

mahabharatanews

ମର୍ମନ୍ତୁଦ ଦୁର୍ଘଟଣାରେ ଯୁବକ ଚାରି ଗୁରୁତର

mahabharatanews