ଓଡିଶା

ରାଜ୍ୟରେ ବଢିବ ତାତି 

(ଭୁବନେଶ୍ୱର) :  ଓଡ଼ିଶାରେ ଚଳିତ ବଢିବ ତାତି । ୧୪ ତାରିଖରେ ମଧ୍ୟ ପଶ୍ଚିମ ଓଡ଼ିଶାରେ ସମାନ ସ୍ଥିତି ଉପୁଜିବ। ପଶ୍ଚିମା ଝଡ଼ ପ୍ରଭାବରେ ବାୟୁମଣ୍ଡଳରେ ଶୁଷ୍କତା ବଢ଼ିବା ସହ ଟାଣ ଖରା ଅନୁଭୂତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୧୨ ଓ ୧୩ ତାରିଖ ବେଳକୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଦିନର ତାପମାତ୍ରା ୪୦ ଡିଗ୍ରି ଟପିଯିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ‌ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, ଟିଟିଲାଗଡ଼, ଭବାନୀପାଟଣା, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାରେ କଲବଲ କରିବ ତାତି।

ସୂଚନାନୁଯାୟୀ ,ପାଣିପାଗ ବିଜ୍ଞାନୀ ଆହୁରି କହିଛନ୍ତି ଯେ ସୋମବାରଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସବୁ ସହରର ତାପମାତ୍ରା ୪ରୁ ୬ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହାର ପରବର୍ତ୍ତୀ ୩ରୁ ୪ ଦିନ ଯାଏ ସର୍ବୋଚ୍ଚ ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବନାହିଁ। ମାତ୍ର ସର୍ବନିମ୍ନ ତାପମାତ୍ରା ଆସନ୍ତା ୩ ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ୨ରୁ ୪ ଡିଗ୍ରି ବଢ଼ିବ। ୧୪ ତାରିଖ ଅପରାହ୍ଣରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ। ରାଜ୍ୟରେ ପୁଣି ଥରେ ସକ୍ରିୟ ହେବ ପଶ୍ଚିମା ଝଡ଼। ପ୍ରଭାବରେ ୧୫ ଓ ୧୬ ତାରିଖରେ ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

Related posts

କାର ଓ ବାଇକକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ

mahabharatanews

ଆଜି ଉପକୂଳ ଅତିକ୍ରମ କରିବ ବାତ୍ୟା ‘ମୋକା’ 

mahabharatanews

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews