ଓଡିଶାଶିକ୍ଷା

CAPF କନଷ୍ଟେବଲ ପାଇଁ ହେବ ଆଞ୍ଚଳିକ ଭାଷାରେ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଆରେ CAPF କନଷ୍ଟେବଲ ପରୀକ୍ଷା ଦେଇପାରିବେ ପରିକ୍ଷାର୍ଥୀ । ଇଂରାଜୀ ଓ ହିନ୍ଦୀ ସହ ୧୩ଟି ଆଞ୍ଚଳିକ ଭାଷା ମଧ୍ୟରେ ଓଡ଼ିଶା ଭାଷା ରହିବ ବୋଲିଗୃହ ମନ୍ତ୍ରଣାଳୟ ମଞ୍ଜରି କରିଛି । କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ସିଏପିଏଫରେ ସ୍ଥାନୀୟ ଯୁବକମାନଙ୍କର ଭାଗିଦାରୀ ବଢ଼ାଇବା ଏବଂ ଆଞ୍ଚଳିକ ଭାଷାଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଅହମୀୟା, ବଙ୍ଗଳା, ଗୁଜରାଟୀ, ମରାଠୀ, ମାଲାୟଲମ, କନ୍ନଡ଼, ତାମିଲ, ତେଲୁଗୁ, ଓଡ଼ିଆ, ଊର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଏବଂ କୋଙ୍କଣୀ ଭାଷାରେ ପ୍ରସ୍ତୁତ ହେବ ପ୍ରଶ୍ନପତ୍ର। ଏହି ନିର୍ଣ୍ଣୟ ଫଳରେ ଲକ୍ଷାଧିକ ପ୍ରାର୍ଥୀ ନିଜ ମାତୃଭାଷା/କ୍ଷେତ୍ରୀୟ ଭାଷାରେ ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ, ଯାହାଫଳରେ ସେମାନଙ୍କ ଚୟନର ସମ୍ଭାବନା ବଢ଼ିବ।
କନେଷ୍ଟବଳ କର୍ମଚାରୀ ଚୟନ ଆୟୋଗଙ୍କ ଦ୍ୱାରା ଆୟୋଜିତ ପ୍ରମୁଖ ପରୀକ୍ଷା ମଧ୍ୟରୁ ଗୋଟିଏ, ଯେଉଁଥିରେ ସାରା ଦେଶରୁ ଲକ୍ଷାଧିକ ପ୍ରାର୍ଥୀ ଅଂଶଗ୍ରହଣ କରିଥାନ୍ତି। ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ଆୟୋଜନ ୨୦୨୪ ଜାନୁଆରି ଠାରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ଶ୍ରୀ ଶାହାଙ୍କ ମାର୍ଗଦର୍ଶନରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆଞ୍ଚଳିକ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଅଙ୍ଗୀକାରବଦ୍ଧ।

Related posts

କାମ ଅଭାବରୁ ପଥର ହାଣି ପେଟ ପୋଷନ୍ତି ସାରଦାପୁଟ ଗ୍ରାମବାସୀ

mahabharatanews

ଆଉ ୧୬୪ କରୋନା ଆକ୍ରାନ୍ତ ସୁସ୍ଥ

mahabharatanews

ମେ ୩୧ରେ ବ୍ରଜରାଜନଗର ବିଧାନସଭା ପାଇଁ ଭୋଟଗ୍ରହଣ

mahabharatanews