ଅପରାଧଓଡିଶା

୧୨ ବସ୍ତା ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ

ଗଞ୍ଜାମ ଜିଲ୍ଲା/ ରଜନୀକାନ୍ତ ପାତ୍ର: ଗୁଇନ୍ଦା ଅବକାରୀ ବିଭାଗର ବଡ ସଫଳତା । ବ୍ରହ୍ମପୁର ଦେଇ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଏକ ସିମେଣ୍ଟ ଓ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଜବତ କରିଛି ଅବକାରୀ ବିଭାଗ । ସେହି ଟ୍ରକରୁ ୨୦୦ ବସ୍ତା ସିମେଣ୍ଟ ଓ ୧୨ ବସ୍ତା ଗଞ୍ଜେଇ ଜବତ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ହେଲେ ଏହି ଟ୍ରକକୁ ଜବତ କରିବାର ୧୫ ଘଣ୍ଟା ପରେ ସହର ବାହାରକୁ ନେଇ ରାତି ଅଧରେ ମାଲ ଖାଲି କରାଯିବାକୁ ନେଇ ସନ୍ଦେହ ଉପୁଜୁଛି । ଗୁଇନ୍ଦା ଅବକାରୀ ବିଭାଗ ଟ୍ରକରୁ ଯେତିକି ମାଲ ଜବତ କରିଥିବା କଥା କହୁଛି ତା’ ଠାରୁ ରେ ଅଧିକ ଗଞ୍ଜେଇ ଟ୍ରକ ଭିତରେ ଥିଲା ବୋଲି ଅଭିଯୋଗ ଉଠିଛି ।

ସୂଚନାନୁସାରେ , ଫୁଲବାଣୀରୁ ଏକ ଗଞ୍ଜେଇ ଭର୍ତ୍ତି ଗାଡି ବ୍ରହ୍ମପୁର ଦେଇ ପଶ୍ଚିମବଙ୍ଗ ରାଜ୍ୟକୁ ଯାଉଥିବା ନେଇ ଅବକାରୀ ଗୁଇନ୍ଦା ବିଭାଗକୁ ଖବର ମିଳିଥିଲା । ସେହିକ୍ରମରେ ବିଭାଗୀୟ ଅଧିକାରମୀନେ ସେହି ଟକ୍ରକୁ କାବୁ କରିବାକୁ ବ୍ରହ୍ମପୁର ପାଷ୍ଟଗେଟ ନିକଟରେ ଛକି ରହିଥିଲେ । ଟ୍ରକଟି ବ୍ରହ୍ମପୁର ସହରକୁ ପ୍ରବେଶ କରିବା ବେଳେ ବିଭାଗୀୟ ଅଧିକାରୀମାନେ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ଟ୍ରକର ଚାଳକ ଜଣଙ୍କ ଅବକାରୀ ବିଭାଗର ଜିପକୁ ଧକ୍କା ଦେଇ ଟ୍ରକଟିକୁ ଦ୍ରୁତ ଗତିରେ ଆଗକୁ ନେଇଯାଇଥିଲେ । ଏହା ଦେଖି ଅବକାରୀ ଅଧିକାରୀମାନେ ଟ୍ରକର ପିଛା କରି ସିଟି ହସପିଟାଲ ନିକଟରେ ଅଟକାଇଥିଲେ ।

ହେଲେ ଟ୍ରକ ଚାଳକ ଜଣଙ୍କ ରାସ୍ତା ଉପରେ ଟ୍ରକ ରଖି ଟ୍ରକର ସମସ୍ତ ଡୋରକୁ ସେଣ୍ଟର ଲକ୍ କରିଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ପରେ ଅବକାରୀ ବିଭାଗ ପକ୍ଷରୁ ସେହି ଟ୍ରକକୁ ଏକ କ୍ରେନ ସାହାଯ୍ୟରେ ସହରର ବାହାରେ ଥିବା ଲାଞ୍ଜିପଲ୍ଲୀ ବାଇପାସ ଛକକୁ ନିଆଯାଇଥିଲା । ଏହି ଟ୍ରକରେ ସିମେଂଟ ସହ ୨୦ କୁଇଣ୍ଟାଲ ଗଞ୍ଜେଇ ଥିବା ଶୁଣିବାକୁ ମିଳିଥିଲା । ଜାତୀୟ ରାପଥ କଡରେ ଟ୍ରକକଟିକୁ ଦିନ ସାରା ରାସ୍ତାକଡରେ ରଖାଯାଇଥିବା ବେଳେ ରାତି ୧୧ଟା ବେଳେ ସେଥିରୁ ମାଲ ଖାଲି କରାଯାଇଥିଲା । ହେଲେ ସେହ ଟ୍ରକରୁ ଅବକାରୀ ବିଭାଗ ନାଁ ଆଉ କୌଣସି ବାହାର ବ୍ୟକ୍ତି ମାଲ ଖାଲି କଲେ ତାହା ଜଣାପଡ଼ିନଥିଲା ।

ଏପରିକି ସେହି ସମୟରେ କିଛି ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିବା ପରେ ମାଲ ଖାଲି କରୁଥିବା ଲୋକମାନେ ତୁରନ୍ତ ଘଟଣା ସ୍ଥଳ ଛାଡି ଚାଲି ଯାଇଥିଲେ । ଏହି ସମୟରେ ସେହି ଟ୍ରକ ନିକଟରେ ଅବକାରୀ ବିଭାଗର କର୍ମଚାରୀ ଉପସ୍ଥିତ ନଥିଲେ । ଟ୍ରକରୁ ଖାଲି ହୋଇଥିବା ମାଲ ରାତିରେ କୁଆଡେ ଗଲା, କିଏ ନେଲା ତାକୁ ନେଇ ସନ୍ଦେହ ଉପୁଜିଥିଲା । ସକାଳୁ ଘଟଣା ପ୍ରସାରିତ ହେବା ପରେ ଅବକାରୀ ଗୁଇନ୍ଦା ବିଭାଗର ଉପ ଆୟୁକ୍ତ ଅଶୋକ ଶତପଥି ଓ ଇନ୍ସପେକ୍ଟର ହୃଦୟଚନ୍ଦ୍ର ସାମନ୍ତ ଗଣମାଧ୍ୟମକୁ ସୂଚନା ଦେଇ ସେହି ଟ୍ରକରୁ ୨୦୦ ବସ୍ତା ସିମେଣ୍ଟ ସହ ୧୨ ବସ୍ତା ଗଞ୍ଜେଇ ଜବତ ହୋଇଛି ବୋଲି କହିଥିଲେ ।

ଏହି ୧୨ ବସ୍ତାରେ ମୋଟ ୩ କୁଇଣ୍ଟାଲ ଗଞ୍ଜେଇ ଥିବା ଅଧିକାରୀମାନେ ସୂଚନା ଦେଇଥିଲେ । ହେଲେ ପୂର୍ବରୁ ଟ୍ରକରେ ୨୦ କୁଇଣ୍ଟାଲ ଗଞ୍ଜେଇ ଥିବା ଶୁଣିବାକୁ ମିଳିଥିବା ବେଳେ ଅବକାରୀ ବିଭାଗ ୩ କୁଇଂଟାଲ ଦର୍ଶାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା । ତେବେ ଟ୍ରକ ଜବତ ପରେ ଅଭିଯୁକ୍ତଙ୍କ ଧରିବା ଲକ୍ଷ୍ୟରେ ଟ୍ରକକୁ ନେଇ ଜାତୀୟ ରାଜପଥ କଡରେ ରଖାଯାଇଥିଲା ବୋଲି ଉପ ଆୟୁକ୍ତ ଅଶୋକ ଶତପଥି କହିଥିଲେ । ହେଲେ ଅନେକ ସମୟ ଯାଏଁ ଅଭିଯୁକ୍ତ ନଆସିବା ଓ ବିଭାଗୀୟ କର୍ମଚାରୀମାନେ ଅନ୍ୟ ଏକ ମାମଲାରେ ଭଞ୍ଜନଗର ଯାଇଥିବାରୁ ଜାତୀୟ ରାଜପଥ କଡରେ ରଖାଯାଇଥିବା ଟ୍ରକରୁ ରାତି ୧୧ଟା ବେଳେ ମାଲ ଖାଲି କରାଯାଇଥିଲା ବୋଲି ସେ କହିଛନ୍ତି । ଟ୍ରକରେ ଅଧିକ ଗଞ୍ଜେଇ ଥିବା ନେଇ ଯେଉଁ ଅଭିଯୋଗ ଉଠିଛି ତାହା ଭିତ୍ତିହୀନ ବୋଲି ସେ କହିଛନ୍ତି ।

 

Related posts

ପରଲୋକରେ କଟକର ପ୍ରଥମ ମେୟର ନିବେଦିତା ପ୍ରଧାନ 

mahabharatanews

ଶିମିଳିପାଳରୁ ୨୩ଟି ଦେଶୀ ବନ୍ଧୁକ

mahabharatanews

ବଢୁଛି କରୋନା ସଂକ୍ରମଣ ଗତ ୨୪ ଘଣ୍ଟାରେ ୯୨୦ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

Leave a Comment