ଓଡିଶା

କିଛି ଜିଲ୍ଲାରେ ଲୋକଙ୍କ ଅସ୍ୱାଭାବିକ ମୃତ୍ୟ

(ଭୁବନେଶ୍ୱର): ଚିନ୍ତା ବଢ଼ାଇଲା ଅସ୍ୱାଭାବିକ ମୃତ୍ୟୁ । କାହିଁକି ହେଛି ଏମିତି ତଦନ୍ତ ନିର୍ଦ୍ଦେଶ ଦେଇଛି ଜନସ୍ୱାସ୍ଥ୍ୟ ବିଭାଗ । ମୃତଦେହର ବ୍ୟବଚ୍ଛେଦ କରାଯିବ । ପୋଷ୍ଟମର୍ଟମ ରିପୋର୍ଟ [-ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଜନସ୍ୱାର୍ଥ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ଲୋକଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଛି ।

ସୂଚନାନୁଯାୟୀ , ମୃତକଙ୍କ ପରିବାର ପକ୍ଷରୁ ଏହାକୁ ଅଂଶୁଘାତ ଜନିତ ମୃତ୍ୟୁ ବୋଲି ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ସତ୍ୟସତ୍ୟ ଅନୁଧ୍ୟାନ ପାଇଁ ପାଇଁ ସୁନ୍ଦରଗଡରୁ ରାଉରକେଲାକୁ ଯାଇଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ମେଡିକାଲ ଅଫିସରଙ୍କ ତତ୍ୱାବଧାନରେ ଟିମ୍ ବାହାରିଛି । ଏହି ଟିମ୍ ରାଉରକେଲା ଯାଇ ସଂପୂର୍ଣ୍ଣ ଘଟଣାର ପୁଂଖାନୁପୁଙ୍ଖ ତଦନ୍ତ କରିବେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଭୀଷଣ ତାତି ଯୋଗୁ ରାଉରକେଲାରେ ଅସମ୍ଭାଳ ସ୍ଥିତି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୭ ଜଣଙ୍କର ମୃତ୍ୟୁ ହୋଇଛି । କେବଳ ଷ୍ଟିଲ୍ସିଟି ରାଉରକେଲାରେ ୧୨ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ବେଳେ ଦୁଇ ଦିନରେ ସୁନ୍ଦରଗଡର ଅନ୍ୟସ୍ଥାନରେ ୭ ଜଣଙ୍କ ଜୀବନ ଯାଇଛି । ଏବେ ବି ୩୩ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।

Related posts

ବିଦ୍ୟୁତ ତାର ଛିଣ୍ଡି ଜଳିଗଲା ବାଇକ, ବର୍ତ୍ତିଲେ ଦାଦା-ପୁତୁରା

mahabharatanews

ଆଜିଠୁ ଖୋଲିବ ସ୍କୁଲ,ବାଦ ପଡିପାରେ ୭ଜିଲ୍ଲା 

mahabharatanews

ଲୋୟର ପିଏମଜିରେ ବସ ମାଲିକ ସଂଘ 

mahabharatanews