ବ୍ୟୁରୋ :ଡଲାର ତୁଳନାରେ ଶକ୍ତିଶାଳୀ ହେଲା ଟଙ୍କା । ଆଜି ଦେଶବାସୀଙ୍କୁ ଅର୍ଥନୀତି ସମ୍ଭଦ୍ଧୀୟ ଏକ ଆଶ୍ଵସ୍ତିକର ଖବର ମିଳିଛି । ଡଲାର ମୂଲ୍ୟ ୮୩ ଟଙ୍କା ଟପିଛି । ତୈଳ ଦର ବୃଦ୍ଧି ପାଇଁ ଦିନକୁ ଦିନ ଶକ୍ତିଶାଳୀ ହେଉଛି ଡଲାର । ଆର୍ନ୍ତଜାତୀୟ ବଜାରରେ ଡଲାର ସୃଦୁଢ ହେଉଛି । କାରଣ ନିବେଶକମାନେ ଡଲାରରେ ନିବେଶ କରି ଅଧିକ ରିଟର୍ନ ପାଉଛନ୍ତି । ଯାହା ଫଳରେ ଡଲାର ମୂଲ୍ୟ ବୃଦ୍ଧି ପାଉଛି । ତେବେ ରିଜର୍ଭ ବ୍ୟାଙ୍କ ଟଙ୍କା ମୂଲ୍ୟକୁ ସ୍ଥିର ରଖିବାକୁ ନିଦ୍ଧିଷ୍ଟ ଯୋଜନା ରଖିଛି । ବିଶେଷ କରି ବଜାରକୁ ଡଲାର ବିକ୍ରି କରିବାର ସମ୍ଭାବନା ରହିଛି । ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଲେ ଆମଦାନୀ ସାମଗ୍ରୀର ମୂଲ୍ୟ ବଢିବ । ଭାରତ ଆମଦାନୀ କରୁଥିବା ସାମଗ୍ରୀ ମଧ୍ୟରୁ ୭୦ ପ୍ରତିଶତ ତେଲ ଆମଦାନି କରିଥାଏ ଆଉ ଏଥିପାଇଁ ଡଲାରରେ ପେମେଣ୍ଟ କରାଯାଏ । ତେଣୁ କରି ଏହି ଦୃଷ୍ଟିରୁ ଆଗକୁ ପେଟ୍ରୋଲ,ଡିଜେଲ,ଗ୍ୟାସ ମୂଲ୍ୟ ମହଙ୍ଗା ହୋଇପାରେ.
previous post
next post