ଅପରାଧଓଡିଶା

ହରିଣକୁ ପିଟିପିଟି ମାରିଦେଲେ ଗ୍ରାମବାସୀ , ଅସୁରକ୍ଷିତରେ ଶିମିଳିପାଳ ହରିଣ

ମୟୁରଭଞ୍ଜ: ଅସୁରକ୍ଷିତ ଶିମିଳିପାଳ, ଅଭୟାରଣ୍ୟରୁ ଖସିଆସୁଥିବା ହରିଣକୁ ମାରିଦେଉଛନ୍ତି ଗ୍ରାମବାସୀ। ଏପରି ଘଟଣା ସାମ୍ନାକୁ ଆସିଛି କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜର ଟଙ୍ଗାବିଲା ଗ୍ରାମରୁ । ଆଜି ସକାଳୁ ଏକ ହରିଣ ଶିମିଳିପାଳ ଅଭୟାରଣ୍ୟ ରୁ ଚାଲିଆସିଥିବା ବେଳେ ହରିଣଟିକୁ ଗ୍ରାମବାସୀ ପିଟି ମାରିଦେଇଥିବା ଅଭିଯୋଗ ଆସିଛି । ଗତ ଏକ ମାସ ମଧ୍ୟରେ ପ୍ରାୟ ୫ଟି ହରିଣର ମୃତ୍ୟୁ ହଇଥିବା ବେଳେ ଗୋଟିଏ ହରିଣକୁ ସୁରକ୍ଷିତ ଅଭୟାରଣ୍ୟ ରେ ଛାଡିଛି ବନବିଭାଗ । ଏ ନେଇ ସୂଚନା ଦେଇଛନ୍ତି ଦୁଧିଆଣି ରେଞ୍ଜ ଅଫିସର ପ୍ରଦୀପ କୁମାର ପୃଷ୍ଟି ।ତେବେ ଗତ କିଛି ମାସ ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ହାତୀ, ବାଘ ଏବଂ ହରିଣଙ୍କ ଏପରି ଅସଭାବିକମୃତ୍ୟୁ କୁ ନେଇ ଚିନ୍ତାରେ ପରିବେଶ ବିତ ।ତେବେ ବର୍ତ୍ତମାନ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ସହିତ ବନ୍ୟଜନ୍ତୁ ଙ୍କ ସୁରକ୍ଷା ଜରୁରି ହଇ ପଡିଥିବା ବେଳେ ବନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଉନ ଥିବା ଅଭିଯୋଗ ଆସିଛି ।

Related posts

ସ୍ନାନ ଯାତ୍ରା, ଘୋଷଯାତ୍ରା ସୁରୁଖୁରୁରେ କରିବାକୁ ସହଯୋଗ ଲୋଡିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

mahabharatanews

 ଆଜି ୨୪ ତମ କାରଗିଲ ଦିବସ; ଦେଶ ପାଇଁ ଗୌରବର ଦିନ ଟିଏ

mahabharatanews

ଆରଏସପିରେ ଗ୍ୟାସ ଲିକ: ୨ ମୃତ

mahabharatanews