ଓଡିଶା

ଆଗାମୀ ୨ଦିନ ପାଗ କୋହଲା

(ଭୁବନେଶ୍ୱର) : ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ଆସନ୍ତା ୨୩ ଓ ୨୪ରେ ଗୁରୁଚାପ ବଳୟର ସକ୍ରିୟତା ଅଧିକ ରହିବାକୁ ଥିବାରୁ ବର୍ଷାର ପ୍ରଭାବ ଅଧିକ ରହିବ। ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ହେବ। ଏଥିସହ କିଛି ଅଞ୍ଚଳରେ ଘନ କୁହୁଡ଼ି ହେବାକୁ ଥିବାରୁ ଚେତାବନୀ ଜାରି ହୋଇଛି। ନୟାଗଡ଼ ଓ ବଲାଙ୍ଗୀରରେ ଘନ କୁହୁଡ଼ି ହେବାରୁ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିଥିଲା। ସୁନ୍ଦରଗଡ଼ ଜିଲ୍ଲା କିରେଇରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୭ ଡିଗ୍ରି ଥିଲା।

ସୂଚାନନୁଯାୟୀ , ଆଗାମୀ ୨୫ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ ଏବଂ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ରାତି ଓ ଦିନର ତାପମାତ୍ରାରେ ତାରତମ୍ୟ ସାମାନ୍ୟ କମ୍‌ ରହୁଥିବାରୁ ଦିନତମାମ ଥଣ୍ଡା ଅନୁଭୂତ ହେଉଛି। ୨୫ ତାରିଖ ବେଳକୁ କୋହଲା ପାଗ ହଟିବ। ୨୬ ତାରିଖଠାରୁ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଥିବା ନେଇ ସୂଚନା ମିଳିଛି ।

Related posts

କମିଶନରେଟପୁଲିସ୍ ଓ ରେଡ଼କ୍ରସ ପକ୍ଷରୁ ସାଇବର ସୁରକ୍ଷା ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

କାଳବୈଶାଖୀ ପରେ ୨୬ ରୁ ପଶ୍ଚିମା ଝଡ଼

mahabharatanews

ପୁଣି ବିରୋଧୀଙ୍କ ନାରାବାଜି: ଦିନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

mahabharatanews