ଓଡିଶା

୨୪ ପର୍ଯ୍ୟନ୍ତ ପ୍ରବଳ ବର୍ଷା ,ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

(ଭୁବନେଶ୍ୱର) :ଜୁନ ମାସରେ ନିଅଣ୍ଟିଆ ବର୍ଷା ପରେ ଜୁଲାଇ  ଆସନ୍ତା ୨ ସପ୍ତାହ ରାଜ୍ୟରେ ଭଲ ବର୍ଷା ହେବ ବୋଲି ଜଣାପଡିଛି । ଗୁରୁବାର ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ। ଏହି ଲଘୁଚାପର ପ୍ରଭାବ କମି ଆସିବା ବେଳକୁ ୨୪ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସୂଚନାନୁଯାୟୀ , ଆଜି ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର ଓ ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ଅନୁଗୁଳ, ନୟାଗଡ଼, କଟକ ଓ ଢେଙ୍କାନାଳ ଜିଲ୍ଲା‌ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।

୨୨ ତାରିଖ ଦିନ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ‌ଅରେଞ୍ଜୱାର୍ଣ୍ଣିଂ ଏବଂ କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ସୋନପୁର, ବୌଦ୍ଧ, ଅନୁଗୁଳ ଓ ଦେବଗଡ଼ ଜିଲ୍ଲା‌ରେ ପ୍ରବଳ ବର୍ଷା ଆଶଙ୍କା ପାଇଁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି।

 

Related posts

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର

mahabharatanews

ରଥଯାତ୍ରା ପୂର୍ବରୁ ହେବ ସିଂହଦ୍ୱାରରେ ରୂପା ଛାଉଣୀ 

mahabharatanews

ଶାଢ଼ୀ ସେଣ୍ଟର ସିଲ୍ କରିବାକୁ ଯାଇ ଦୋକନରେ ଅଟକ ରହିଲେ ବିଏମସି ଅଧୀକାରୀ

mahabharatanews