ଅପରାଧଓଡିଶା

ହତ୍ୟା ଘଟଣାକୁ ୧୩ ମାସ ବିତିଯାଇଥିଲେ ବି ପୋଲିସର ହାତ ଖାଲି

ଭଦ୍ରକ:- ସାରା ଓଡିଶାରେ ମହିଳା ନିର୍ଯାତନା ତାତି । ଆତ୍ମହତ୍ୟା ଦୁଷ୍କର୍ମ ଭଳି କିଛି ଘଟଣା ନେଇ ତିନି ରାଜନୀତିକ ଦଳ ଭିତରେ ଚାଲିଛି କାଦୁଅ ପିଙ୍ଗା ଫିଙ୍ଗି । ବାଲେଶ୍ୱରର ସୌମଶ୍ରୀ ଆତ୍ମହତ୍ୟା ପରେ ସରକାରଙ୍କୁ ଅଧିକ ବିରୋଧ କରିଥିଲା ବିରୋଧୀ କଂଗ୍ରେସ । ସେହି ଦଳରେ ଟାଣୁଆ ନେତା ଭାବେ ଜଣାଶୁଣା ବିଧାୟକ ଅଶୋକ ଦାସଙ୍କ ନିର୍ବାଚନ ମଣ୍ଡଳୀ ବାସୁଦେବପୁର ଅଂଚଳରେ ଘରେ ପଶି ଜଣେ ମହିଳାଙ୍କୁ ହତ୍ୟା ଘଟଣାରେ ସେ ଚୁପ କାହିଁକି ବସିଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ହେଉଛି ।

୨୦ ଜୁନ ୨୦୨୪ ମସିହାରେ ବେକମୁଡି ନିକଟ ରାସ୍ତା ପାଖରେ ୩୦ ବର୍ଷୀୟ ସସ୍ମିତା ବେହେରା ଓ ତାଙ୍କ ଝିଅ ଚିନ୍ମୟୀ ରାତିରେ ଘରେ ଶୋଇଥିବା ବେଳେ ଘରେ ଭିତରକୁ କେହି ଦୁର୍ବୁତ୍ତ ପଶି ପ୍ରଥମେ ସସ୍ମିତାଙ୍କ ଉପରକୁ ଆକ୍ରମଣ କରିଥିଲେ ପରେ ଝିଅକୁ ଆକ୍ରମଣ କରିଥିଲା । କୌଶଳ କ୍ରମେ ଝିଅ ଖସି ଆସିଥିଲା ବେଳେ ସସ୍ମିତାଙ୍କ ବେକ କାଟି ହତ୍ୟା କରିଥିଲା ଦୁର୍ବୁତ୍ତ । ଘଟଣାକୁ ୧୩ ମାସ ବିତିଯାଇଥିଲେ ବି ପୋଲିସର ହାତ ଖାଲି । ସ୍ୱାମୀ ଦିନ ମଜୁରିଆ ହେଇ ଥିବାରୁ ଥାନା ଠାରୁ ଆରମ୍ଭ କରି ଏସପି ଅଫିସ, ବିଧାୟକ ଙ୍କୁ ଗୁହାରି କରି ନ୍ୟାୟ ଅପେକ୍ଷାରେ ଅନେଇ ବସିଛନ୍ତି ।

Related posts

ମଦ ଦୋକାନ ଆଗରେ ଭିଡ ନିୟନ୍ତ୍ରଣ କରିବେ ସରକାରୀ ସ୍କୁଲ ଶିକ୍ଷକ

mahabharatanews

ଅଗଷ୍ଟ ୨୧ରୁ +୨ ନାମ ଲେଖା ପାଇଁ ଆବେଦନ ଆରମ୍ଭ

mahabharatanews

ପୁରୀ ବେଳାଭୂମିରେ ମହାପ୍ରଭୁଙ୍କ ବାଲୁକା ଚିତ୍ରକଳା ବୁଲି ଦେଖିଛନ୍ତି ରାଷ୍ଟ୍ରପତି

mahabharatanews