ଅପରାଧ

ଲୋଭ ଦେଖାଇ ଠକି ନେଲେ ହଜାର ହଜାର ଟଙ୍କା

ଭୁବନେଶ୍ୱର: ଲୋନ ଦେବା ନାଁରେ ଆସିଛି ଠକେଇ ଅଭିଯୋଗ । ଥରେ ନୁହେଁ କି ଦୁଇଥର ନୁହେଁ ୫ଟି କିସ୍ତିରେ ଲୁଟି ନିଆଯାଇଛି ମୋଟ ୩୬ ହଜାର ଟଙ୍କା । ଲୋନ କରାଇଦେବା ନାଁରେ ଫିଙ୍ଗର ପ୍ରିଣ୍ଟ ନେଇ ଆକାଉଣ୍ଟରୁ ଗାଏବ କରି ନେଉଛନ୍ତି ଏଜେଣ୍ଟ । ଏମିତି ଏକ ଅଭିଯୋଗ ଆସିଛି ଖୋଦ ରାଜଧାନୀ ଭୁବନେଶ୍ୱରରୁ । ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭାରତ ଫାଇନାନ୍ସ ଏଜେଣ୍ଟଙ୍କ ନାଁରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି । ମହିଳାଙ୍କୁ ଲୋନର ଲୋଭ ଦେଖାଇ ଆକାଉଣ୍ଟରୁ ଟଙ୍କା ଗାଏବ କରି ନେଉଛନ୍ତି ଏହି ଏଜେଣ୍ଟ । ଏନେଇ ସୂର୍ଯ୍ୟ ରଞ୍ଜନ ପଟ୍ଟନାୟକଙ୍କ ନାଁରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ଏହି ଏତଲାକୁ ଆଧାର କରି ତଦନ୍ତ ଜାରି ରଖିଛି ମଞ୍ଚେଶ୍ୱର ଥାନା ପୋଲିସ । ଏଥିସହ ଘଟଣାର ମୂଳ ପର୍ଯ୍ୟନ୍ତ ଯିବା ପାଇଁ ଜୋରଦାର ଖେଳାତାଡ ମଧ୍ୟ ଚଳାଇଛି ।

Related posts

ଅସ୍ତ୍ର ଛାଡ଼ି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ପୂର୍ବତନ ମାଓ କମାଣ୍ଡର ବେଣୁ ଗୋପାଳ ଭୂପତିଙ୍କ ଅପିଲ

mahabharatanews

ଘରେ ପଡିଛି ୩ଟି ମୃତଦେହ

mahabharatanews

ବରମୁଣ୍ଡାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

mahabharatanews