ଓଡିଶା

 ପୋଲିସ୍ ଗୁଳିଲେ ଟଳିଲେ ତିନି ହାର୍ଡକୋର ମାଓବାଦୀ 

(ମାଲକାନଗିରି) : ଲାଲବାହିନୀ ଦମନରେ ପୁଣି ପୋଲିସକୁ ମିଳିଲା ବଡ଼ ସଫଳତା । ପୋଲିସ୍ ଗୁଳିଲେ ଟଳିଲେ ତିନି ହାର୍ଡକୋର ମାଓବାଦୀ । ମାଲକାନଗିରି ବିଜାପୁରରେ  ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ହୋଇଛି । ଏହି ଗୁଳିବିନିମୟରେ କରିଗୁଟା ଜଙ୍ଗଲରେ ଏନକାଉଣ୍ଟରରେ ତିନି ମାଓବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷା ବାହିନୀ ।

ସୂଚନାନୁଯାୟୀ , ଘଟଣାସ୍ଥଳରୁ ଗୋଟିଏ ଏଲଏମଜି , ଗୋଟିଏ ଏକେ-୪୭ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ବିଜାପୁର ଆରକ୍ଷୀ ଅଧୀକ୍ଷକ ଜିତେନ୍ଦ୍ର ଯାଦବ । ଏବେ ବି ଜଙ୍ଗଲ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ମାଲକାନଗିରି ସୀମାନ୍ତ ବିଜାପୁର ଜିଲ୍ଲାର ପୁଜାରି କାଙ୍କେର ଜଙ୍ଗଲରେ ଆଗାମୀ ନିର୍ବାଚକୁ ଭଣ୍ଡୁର କରିବା ଲାଗି ମାଓବାଦୀ ମାନେ ଠୁଳ ହୋଇ ଯୋଜନା ପ୍ରସ୍ତୁତ କରୁଥିବା ନେଇ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହାପରେ ତେଲେଙ୍ଗାନା ଗ୍ରେହାଉଣ୍ଡ ଓ ଛତିଶଗଡ ଡିଆରଜି ବାହିନୀର ତରଫରୁ ସେଠାରେ ମିଳିତ ଅପରେସନ ଆରମ୍ଭ ହୋଇଥିଲା ।

Related posts

ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ

mahabharatanews

ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

mahabharatanews

ଉତରାୟଣ କାଇଟ୍ ଫେଷ୍ଟିଭାଲ ଅନୁଷ୍ଠିତ

mahabharatanews

Leave a Comment