ଅପରାଧଓଡିଶା

ଶିକ୍ଷକ ଦମ୍ପତିଙ୍କୁ ଭୁଜାଲିରେ ଆକ୍ରମଣ କଲେ ତିନ ଦୁର୍ବୁତ୍ତ

ଉଦଳା / ଦୀପକ ମିଶ୍ର: ଶିକ୍ଷକ ଦମ୍ପତି ଙ୍କୁ ଭୁଜାଲି ରେ ଆକ୍ରମଣ। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଗଡିଗାଁ ଗ୍ରାମ ର ଦୁଲାରାମ ହାଁସଦା ଓ ତାଙ୍କ ସ୍ତ୍ରୀ ମାଣିକେଶ୍ଵରୀ ମାରାଣ୍ଡି ଆଜି ସ୍କୁଲ ଯାଉଥିବା ସମୟରେ କଟରାସୁଲ ରାସ୍ତା ରେ ଦକାୟତି କରିବା ଉଦ୍ଦେଶ୍ୟ ରେ ଏକ ବାଇକ ରେ ତିନି ଜଣ ଯୁବକ ଆସିଥିଲେ। ତିନି ଜଣ ଯୁବକ ଉଭୟ ଦମ୍ପତି ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ଅଟକାଇ ଥିଲେ ଓ ପରେ ଶିକ୍ଷୟତ୍ରୀ ଙ୍କ ଠାରୁ ଭ୍ୟାନିଟି ବ୍ୟାଗ୍ ଛଡାଇବା ପାଇଁ ଉଦ୍ୟମ କରିଥିଲେ। ତେବେ ତାହାକୁ ନେଇ ନପାରିବାରୁ ଉଭୟ ଙ୍କୁ ଏକ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିବା ଦ୍ଵାରା ଉଭୟ ଦମ୍ପତି ଗୁରୁତର ଅବସ୍ଥାରେ ଉଦଳା ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ତେବେ ପୂର୍ବ ଶତ୍ରୁତା ଥିବା ଶିକ୍ଷକ ଦୁଲାରାମ କହିଛନ୍ତି। ଏ ନେଇ ଉଭୟ ଙ୍କୁ ଆକ୍ରମଣ ହୋଇଥାଏ ବୋଲି ସନ୍ଦେହ କରାଯାଉଛି । ଖବର ପାଇ ଉଦଳା ପୋଲିସ ମେଡିକାଲ ରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Related posts

ବଡ ପଦବୀରେ କିସ ଛାତ୍ର

mahabharatanews

ବଦଳିବ ହାଇସ୍କୁଲ ପିଲାଙ୍କ ୟୁନିଫର୍ମ ରଙ୍ଗ!

mahabharatanews

ଗାଡ଼ି ଧକ୍କାରେ କଲରାପତରିଆ ବାଘ ମୃତ୍ୟୁ 

mahabharatanews