ଭାରତ

ଟନେଲ ମାମଲା: ତିନି ଶ୍ରମିକ ଅସୁସ୍ଥ

(ଉତ୍ତରାଖଣ୍ଡ) : ଟନେଲ ଭିତରେ ୧୫ଦିନ ଧରି ଫସି ରହିଛନ୍ତି ୪୧ ଶ୍ରମିକ । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଚାଲିଛି ଉଦ୍ୟମ । କିନ୍ତୁ ଫେଲ୍ ମାରୁଛି ଗୋଟିଏ ପରେ ଗୋଟିଏ ପ୍ଲାନ୍ । ସେପଟେ ଟନେଲରେ ଫସି ରହିଥିବା ଶ୍ରମିକଙ୍କ ମଧ୍ୟରୁ ୩ ଜଣ ଅସୁସ୍ଥ ହୋଇପଡିଛନ୍ତି । ଏହି ତିନି ଶ୍ରମିକଙ୍କ ମୁଣ୍ଡବିନ୍ଧା ହେବା ସହ ବାନ୍ତି ଏବଂ ଛାତିରେ ଯନ୍ତ୍ରଣା ହେଉଥିବା ଜଣାପଡିଛି ।

ସୂଚନାନୁଯାୟୀ , ସେମାନଙ୍କ ନିକଟକୁ ଡାକ୍ତର ଏକ ପାଇପ ମାଧ୍ୟମରେ ଆବଶ୍ୟକ ଔଷଧ ପଠାଇଛନ୍ତି । କିଛି ଶ୍ରମିକ ଖାଇବା ମଧ୍ୟ ବନ୍ଦ କରିଦେଇଛନ୍ତି । ଶ୍ରମିକମାନେ ସକାଳୁ ଖାଇ ନାହାଁନ୍ତି, ସେମାନେ ଚାପ ଅନୁଭବ କରୁଛନ୍ତି, ସେମାନଙ୍କ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା କରିବା ସମୟରେ ଭାବପ୍ରବଣ ହୋଇଥିଲେ । ଏଥିସହ ତୁରନ୍ତ ତିନିଜଣ ମାନସିକ ରୋଗ ବିଶେଷଜ୍ଞଙ୍କୁ ସେହି ସ୍ଥାନକୁ ପଠାଯାଇଛିା ଯେଉଁମାନେ ବର୍ତ୍ତମାନ ଶ୍ରମିକମାନଙ୍କ ସହ କଥା ହେବେ । ମେସିନ୍ ଭାଙ୍ଗିବା ପରେ ଏବେ ପ୍ଲାନ୍ ‘ବି’ ଆରମ୍ଭ ହୋଇଛି । ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ଭର୍ଟିକାଲ ଡ୍ରିଲିଂ ଆରମ୍ଭ କରିଛନ୍ତି ଉଦ୍ଧାରକାରୀ ଦଳ । ପାହାଡ଼ ଉପରୁ ଖୋଳା ଆରମ୍ଭ କରିଛନ୍ତି ରେସକ୍ୟୁ ଟିମ୍ । ରବିବାର ସକାଳୁ ଉପର ପଟୁ ମେସିନ୍‌ ରଖାଯାଇ ଡ୍ରିଲିଂ ଆରମ୍ଭ ହୋଇଛି । ତେଣୁ ଏହି ଅଭିଯାନ ପାଇଁ କେତେ ସମୟ ଲାଗିବ, ତାହା ନେଇ କୌଣସି ସମୟସୀମା ନାହିଁ । ତଥାପି ଶ୍ରମିକଙ୍କ ଜୀବନ ବଞ୍ଚାଇବା ଲାଗି ଏହି ବିକଳ୍ପ ଆପଣାଇବାକୁ ଉଦ୍ଧାରକାରୀ ଦଳ ବାଧ୍ୟ ହୋଇଛନ୍ତି ।

Related posts

କୋଭିଡ ଟୀକାକରଣ ପ୍ରମାଣପତ୍ରରୁ ହଟିଲା ମୋଦୀଙ୍କ ଫଟୋ

mahabharatanews

ସ୍ୱାଇନ୍‌ ଫ୍ଲୁ ଫିବର: WHO ପକ୍ଷରୁ ଏକ ସତର୍କ ସୂଚନା ଜାରି 

mahabharatanews

ଆଜି ଭାରତୀୟ ନୌସେନା ଦିବସ

mahabharatanews