ଓଡିଶା

ମହାନଦୀରେ ବିରଳ ଘଡ଼ିଆଳ ମା’ କୁମ୍ଭୀର

(ଅନୁଗୁଳ) : ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଦେଇ ଯାଇଥିବା ମହାନଦୀରେ ଘଡ଼ିଆଳ ମା’ କୁମ୍ଭୀର ପୁଣି ଛୁଆ ଦେଇଛି। ମୋଟ ୩୫ଟି ଅଣ୍ଡା ମଧ୍ୟରୁ ସମସ୍ତ ଛୁଆ ଫୁଟି ଏବେ ମାଆ କୁମ୍ଭୀର କୋଳରେ ଖେଳୁଛନ୍ତି। ସାତକୋଶିଆରେ ଏହି ମାଆ କୁମ୍ଭୀର ୪ ବର୍ଷ ହେଲା ଏମିତି ଖୁସି ଖବର ‌ଦେଉଥିବାବେଳେ ମହାନଦୀରୁ ଘଡ଼ିଆଳ ଛୁଆ ଗାଏବ୍ ହୋଇଯାଉଛନ୍ତି। ‌

ସୂଚାନନୁଯାୟୀ , କୁମ୍ଭୀର ଗଣନାବେଳେ କେତେକ ଘଡ଼ିଆଳ ଛୁଆ ନଜରରେ ପଡ଼ୁନାହାନ୍ତି। ଅନ୍ୟ ବର୍ଷ ଭଳି ଏ ବର୍ଷ ଘଡ଼ିଆଳ ଛୁଆ ଗାଏବ ନହେବା ପାଇଁ ସାତକୋଶିଆ କର୍ତ୍ତୃପକ୍ଷ ଏବେଠାରୁ କସରତ ଆରମ୍ଭ କରିଦେଲେଣି। ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସାତକୋଶିଆ ଡିଏଫ୍‌ଓ ସରୋଜ ପଣ୍ଡା ପ୍ରକାଶ କରିଛନ୍ତି। ମହାନଦୀର ସାତକୋଶିଆ ଗଣ୍ଡରେ ପ୍ରାୟ ୪୫ ବର୍ଷ ପରେ ୨୦୨୧ ମସିହାରେ ପ୍ରଥମେ ୨୫ଟି ଅଣ୍ଡା ଦେଇଥିଲା। ସେଥିରୁ ସମସ୍ତ ଅଣ୍ଡା ଫୁଟି ଛୁଆ ବାହାରିଥିଲେ। ସେହିପରି ୨୦୨୨ ମସିହାରେ ୩୦ଟି, ୨୦୨୩ ମସିହାରେ ୩୫ଟି ଘଡ଼ିଆଳ ଶାବକ ମହାନଦୀ କୂଳରେ ଦେଖାଯାଇଥିଲା। ‌ଚଳିତ ବର୍ଷ ଗତ ୨୫ ତାରିଖରେ ଏହି ଘଡ଼ିଆଳ ମାଆ କୁମ୍ଭୀର ପୁଣି ୩୫ଟି ଶାବକଙ୍କୁ ମହାନଦୀ ବକ୍ଷକୁ ଆଣିଛି।

Related posts

ଦୀପାବଳିରେ ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇଲେ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ

mahabharatanews

ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

mahabharatanews

ବକ୍ରପାଦ ଅସ୍ତ୍ରୋପଚାର ପାଇଁ ମାଲକାନାଗିରିରେ କ୍ୟାମ୍ପ

mahabharatanews