ଓଡିଶା

ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ୧୬ ଜିଲ୍ଲାରେ କାଳ ବୈଶାଖୀ ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଓ କାଳ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଶନିବାର ଆଇଏମଡି ସୂଚନା ଦେଇଛି । ସଦ୍ୟ ସୂଚନା ଅନୁଯାୟୀ, ସୁନ୍ଦରଗଡ, ଦେଓଗଡ, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା ଓ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟମ ବର୍ଷା ସହ ବଜ୍ରପାତ ନେଇ ସୂଚନା ଦିଆଯାଇଛି ।
ସୁନ୍ଦରଗଡ, ଦେଓଗଡ, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଜିଲ୍ଲାରେ କାଳ ବୈଶାଖୀ ସହ ବଜ୍ରପାତ ଓ ଘୂର୍ଣ୍ଣିଝଡ ନେଇ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ପବନର ବେଗ ୩୦-୪୦ କିମି ରହିବ । ତେଣୁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଏହି କାଳ ବୈଶାଖୀଜନିତ ବର୍ଷା ଫଳରେ ରାଜ୍ୟରେ ଆସନ୍ତା ୩-୪ ଦିନ ମଧ୍ୟରେ ତାପମାତ୍ରାରେ ସେପରି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Related posts

୩ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

mahabharatanews

କୋଭିଡ୍ ଗାଇଡ୍ ଲାଇନରେ ହେବ ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ଯାତ୍ରା

mahabharatanews

କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ: ରାଜଧାନୀର ଘରୋଇ ହଷ୍ଟେଲ ସିଲ

mahabharatanews

Leave a Comment