ଓଡିଶା

ଏଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର: ଝାରସୁଗୁଡ଼ା ଓଡ଼ିଶା ମୋଟର ଭେଇକିଲ ଡିପାର୍ଟମେଣ୍ଟର ଏଏସଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ତାଙ୍କର ଝାରସୁଗୁଡ଼ା ଘର ସମେତ କଟକ, ପୁରୀ ଓ ବ୍ରହ୍ମପୁରର ମୋଟ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରହିଥିବାର ଖବର ମିଳିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କଟକର ଭିଜିଲାନ୍ସ ଟିମ୍ ଚଢ଼ାଉ ଆରମ୍ଭ କରିଥିବା ଜଣାଯାଇଛି। ଏହି ଚଢ଼ାଉରେ ୩ ଜଣ ଡିଏସପି, ୧୦ ଜଣ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଛନ୍ତି। ଏପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ସେନେଇ କୌଣସି ସୂଚନା ମିଳିନାହିଁ। ତେବେ ହରେକୃଷ୍ଣ ନାୟକଙ୍କ କଟକର ଫ୍ରେଣ୍ଡସ୍ କଲୋନିରେ ଏକ ଦୁଇ ମହଲା କୋଠା ଠାବ ହୋଇଛି। ଏହାଛଡ଼ା ତାଙ୍କର ପୁରୀର ମାଲୁଦାରେ ନୂତନ ଭାବରେ ନିର୍ମିତ କୋଠା ଏବଂ ବ୍ରହ୍ମପୁରର ରାମନଗରଠାରେ ଦ୍ବିତଳ କୋଠାଘର ଥିବା ଜଣାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କଟକର ଘର ତଲାସ ସମୟରେ ନଗଦ ୪ ଲକ୍ଷ ୪୬ ହଜାର ଟଙ୍କା ଜବତ ହୋଇଛି।

 

Related posts

ଆସିକା ବିଜେଡିର ବ୍ଲକ ସ୍ତରୀୟ ଜନସମ୍ପର୍କ ପଦଯାତ୍ରା

mahabharatanews

ଭୁବନେଶ୍ୱର ଏମ୍ସର ଛାତ୍ରୀ ସର୍ବଭାରତୀୟ ମେଡିକାଲ ସ୍ନାତକୋତ୍ତର ଏଣ୍ଟ୍ରାନ୍ସରେ  ଟପର 

mahabharatanews

ଆଜି ବିଜେଡିର କାର୍ଯ୍ୟକାରିଣୀ ବୈଠକ

mahabharatanews