ଓଡିଶା

‘ଜିରୋ ଏଫ୍ ମିଶନ’ ଉପରେ ଗୁରୁତ୍ୱ 

(ଭୁବନେଶ୍ୱର) : ସରକାରଙ୍କୁ ଘାରିଛି ମାଟ୍ରିକ୍ ପିଲାଙ୍କ ଚିନ୍ତା । ମାଟ୍ରିକ୍ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ ଉପରେ ଫୋକସ୍ କରୁଛି ଗଣଶିକ୍ଷା ବିଭାଗ । ସ୍କୁଲର ୫ପ୍ରତିଶତ ପିଲା ଯେପରି ଏ-୧ ଗ୍ରେଡ୍ ରେ ପାସ୍ କରିବେ ସେଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ମାଟ୍ରିକ୍ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି ଗଣଶିକ୍ଷା ବିଭାଗ ।

ସୂଚନାନୁଯାୟୀ , ପରୀକ୍ଷା ସମୟରେ ଛାତ୍ରଛାତ୍ରୀ କିଭଳି ଉପାୟ ଅବଲମ୍ବନ କରିବେ ସେନେଇ ବି କୁହାଯାଇଛି । ସରକାରଙ୍କୁ କଲେ ଟାର୍ଗେଟ୍ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଥିବା ‘ସୁନିଶ୍ଚିତ’ କାର୍ଯ୍ୟକ୍ରମକୁ ସମସ୍ତ ଜିଲ୍ଲାରେ ଲାଗୁ କରିବାକୁ ଓପେସା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି । ଯଦି ବ୍ଲକର କୌଣସି ବିଦ୍ୟାଳୟ ଶତ ପ୍ରତିଶତ ରେଜଲ୍ଟ ନକରନ୍ତି, ସେଥିପାଇଁ ବିଇଓ, ଏବିଇଓ, ପ୍ରଧାନଶିକ୍ଷକ, ସିଆରସିସି, ବିଷୟ ଭିତିକ ଶିକ୍ଷକ, ମେଣ୍ଟର ଶିକ୍ଷକ ଉତ୍ତରଦାୟୀ ରହିବେ । ମାଟ୍ରିକ୍ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରୀ ନିଜକୁ କିପରି ପ୍ରସ୍ତୁତ କରିବେ, ସେଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Related posts

ସତରେ କ’ଣ ପରୀକୁୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତା’ର ବାପାମାଆ ?

mahabharatanews

ପାଣିପାଗ ପୂର୍ବାନୁମାନକୁ ବଳିଷ୍ଠ କରିବାକୁ ବାଲେଶ୍ୱର, ସମ୍ବଲପୁରରେ ଲାଗିବ ରାଡାର: ଆଇଏମଡି ଡିଜି

mahabharatanews

ଦୁଇ ପରିବାର ହାତାହାତି, ୫ ଗୁରୁତର

mahabharatanews