ଭାରତ

ମିଶନ୍ ଆଦିତ୍ୟ ଲ୧;  କଏଦ ହେଲା ସୂର୍ଯ୍ୟଙ୍କ ପୂର୍ଣ୍ଣ ଫଟୋ

  (ଦିଲ୍ଲୀ) :  ଭାରତର ପ୍ରଥମ ସନ୍ ମିଶନ୍ ଆଦିତ୍ୟ L1 ସୂର୍ଯ୍ୟଙ୍କ ପୂର୍ଣ୍ଣ ଫଟୋ କଏଦ କରିଛି, ଯାହା ଶୁକ୍ରବାର ଦିନ ISRO ଦ୍ୱାରା ସୋସିଆୟଲ ମିଡିଆ ‘ଏକ୍ସ’ରେ ସେୟାର କରାଯାଇଛି | ସୂର୍ଯ୍ୟଙ୍କ ଏହି ଫଟୋ ଗୁ଼ଡିକ ଅଲଟ୍ରା-ଭାଉଲେଟ୍ ୱେଭ-ଲେନ୍ଥ ନିକଟରେ ଏହି ଫଟୋ ଉଠାଯାଇଛି । ଆଦିତ୍ୟ L1 ରେ ସ୍ଥାପିତ ପେଲୋଡ୍ ସୁଟ୍ ସୋଲାର ଅଲଟ୍ରାଭାଇଓଲେଟ୍ ଇମେଜିଙ୍ଗ୍ ଟେଲିସ୍କୋପ୍ ଦ୍ୱାରା ସୂର୍ଯ୍ୟଙ୍କର ଫଟୋ ନିଆଯାଇଛି ।

ସୂଚନାନୁଯାୟୀ ,ଇମେଜିଙ୍ଗ୍ ଟେଲିସ୍କୋପ୍ (SUIT) ଅଲଟ୍ରାଭାଇଓଲେଟ୍ ତରଙ୍ଗଦୈର୍ଘ୍ୟ ନିକଟରେ ସୂର୍ଯ୍ୟଙ୍କର ଏକ ଚମତ୍କାର ଫଟୋ କଏଦ କରାଯାଇଛି । ISRO ଶୁକ୍ରବାର ଦିନ ସୂର୍ଯ୍ୟଙ୍କର ପ୍ରଥମ ପୂର୍ଣ୍ଣ ଡିସ୍କ ପ୍ରତିଛବିଗୁଡିକ ସେୟାର କରି କହିଛି ଯେ, ଏହି ଉଲ୍ଲେଖନୀୟ ସଫଳତା ସୌର ପର୍ଯ୍ୟବେକ୍ଷଣ ଏବଂ ଅନୁସନ୍ଧାନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ । ସୂର୍ଯ୍ୟଙ୍କ ପୂର୍ଣ୍ଣ ଡିସ୍କ ପ୍ରତିଛବି ISRO ପ୍ରକାଶ କରିଛି ଯେ ଏହି ଫଟୋ ତରଙ୍ଗଦୈର୍ଘ୍ୟ ୨୦୦ ରୁ ୪୦୦ନାନୋମିଟର ପରିସରକୁ ଆବୃତ କରେ । ସୁଟ୍ ପେଲୋଡ୍ ସୂର୍ଯ୍ୟଙ୍କ ଫଟୋଗ୍ରାଫି ଏବଂ କ୍ରୋମୋସଫର ବିଷୟରେ ଅଦୃଶ୍ୟ ସୂଚନା ପ୍ରଦାନ କରିଥାଏ ।

Related posts

ପଶ୍ଚିମବଙ୍ଗରେ ନେତାଙ୍କୁ ହତ୍ୟା

mahabharatanews

ଦ୍ୱିତୀୟ ଦିନରେ ୧୪ ୱିକେଟ

mahabharatanews

ଚନ୍ଦ୍ରୟାନ-୩  ଲଞ୍ଚ ସମୟରେ ଉପସ୍ଥିତ ରହିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି !

mahabharatanews