ଓଡିଶା

ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି 

(ରାଜଧାନୀ) ; ଆଉ ୩ଦିନ ପରେ ଦୁର୍ଗାପୂଜା । ପାର୍ବଣ ସମୟରେ ରାଜଧାନୀରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ନେଇ ପ୍ରସ୍ତୁତି କରିଛି କମିଶରେଟ୍ ପୋଲିସ୍ । ଏଥର ରାଜଧାନୀରେ ୧୮୮ଟି ମେଢ ହେଉଥିବା ବେଳେ ପୂଜା ମଣ୍ଡପରେ ଭିଡ଼ ଜମିବ । ଭିଡ଼ ନିୟନ୍ତ୍ରଣ ସହ ଅସମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖିବା ଏବଂ  ରାଜଧାନୀକୁ ଜଗିବେ ୩୧ ପ୍ଲାଟୁନ ପୋଲିସ୍ ଫୋର୍ସ । ଏଥି ସହ ବଟି ଓ ଚାନ୍ଦା ମାଗିଲେ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି ।

ସୂଚନାନୁଯାୟୀ , ୬ଟି କଣ୍ଟ୍ରୋଲ ରୁମ ଜରିଆରେ ତଦାରଖ କରିବେ ଡିସିପି । ସିସିଟିଭି ନଜରରେ ରହିବ ରାସ୍ତାଘାଟ ଓ ଗଳିକନ୍ଦି । ଷଷ୍ଠୀରୁ ଭସାଣୀ, ରାଜଧାନୀ ପୋଲିସ୍ ରେ ଛାଉଣୀ ହେବ । ୬ଟି କଣ୍ଟ୍ରୋଲ ରୁମରୁ କଣ୍ଟ୍ରୋଲ ହେବ ସିକ୍ୟୁରିଟି ଓ ଟ୍ରାଫିକ ମ୍ୟାନେଜମେଣ୍ଟ । ୩ଟି କ୍ୟାଟାଗୋରୀରେ ପୂଜା ମଣ୍ଡପକୁ ଦିଆଯିବ ସୁରକ୍ଷା । ଏ ନେଇ ପ୍ରସ୍ତୁତି ବୈଠକରେ ପୋଲିସ କମିଶନରଙ୍କ ଥାନା ଆଇଆଇସିଙ୍କ ସହ ସିଧାସଳଖ ଆଲୋଚନା ହୋଇଛି ।  ପୂଜା ଦେଖିବାକୁ ଗଲାବେଳେ ନିଜ ଘର ର ସୁରକ୍ଷା ନେଇ ସଚେତନ ରହିବାକୁ ନିବେଦନ କରିବା ସହ ଶାରଦୀୟ ଅଭିନନ୍ଦନ ଜଣାଇଛନ୍ତି ପୋଲିସ କମିଶନର ।

Related posts

ନବ ଦମ୍ପତ୍ତିଙ୍କୁ ଗିପ୍ଟ ଦେବେ ସରକାର

mahabharatanews

 ଆଜି ଶ୍ରାବଣ ମାସର ଶେଷ ସୋମବାର, ଚଳଚଞ୍ଚଳ ଶୈବ ପୀଠ

mahabharatanews

ତାଳଚେରରେ ସର୍ବାଧିକ ବର୍ଷା ରେକର୍ଡ

mahabharatanews