ଓଡିଶା

ଚଳିତ ମାସ ୧୩ ରୁ ଟିକ୍ ଟକ୍ ମନୋରଞ୍ଜନ କାର୍ୟ୍ୟକ୍ରମ ଆରମ୍ଭ

(ପାରାଦ୍ଵୀପ / ପ୍ରଶାନ୍ତ କୁମାର ସ୍ବାଇଁ) : ପାରାଦ୍ଵୀପ ୟୁଥଯ -୦୦ ପକ୍ଷରୁ ଟିକ୍ ଟକ୍ ମନୋରଞ୍ଜନ କାର୍ୟ୍ୟକ୍ରମ ଆସନ୍ତା ଫେବୃଆରୀ ୧୩ ତାରିଖରେ ବିଜୁ ମଇଦାନ , ସମୁଦ୍ର ବେଳାଭୂମି ଠାରେ ଅନୁଷ୍ଠିତ ହେବାକୁ ଯାଉଅଛିବ। ପାରାଦ୍ଵୀପ ସହରରେ ସମସ୍ତ ଙ୍କ ମନୋରଞ୍ଜନ ପାଇଁ ଟିକ୍ ଟକ୍ କାର୍ୟ୍ୟକ୍ରମ ବେଶ୍ ଖୋରାକ ଯୋଗାଉଥିବାରୁ ଯୁବପିଢ଼ି ମାନଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଖେଳି ଯାଇଛି।ଫେବୃୟାରୀ ମାସକୁ ପ୍ରେମ ମାସ ବୋଲି କୁହାଯାଏ । ଏହି ମାସ ପ୍ରେମ ପାଇଁ ମନରେ ଥିବା ଅନୁଭବ ପାଟିରେ ପରିପ୍ରକାଶ କରିବା ପାଇଁ ସୁଯୋଗ ଆଣିଥାଏ।ପ୍ରେମିକା,ପ୍ରେମିକମାନେ ଅପେକ୍ଷା କରିଥାନ୍ତି ଏହି ମାସକୁ। ଫେବୃୟାରୀ ମାସ ୭ ତାରିଖରୁ ପ୍ରେମ ସପ୍ତାହ
ଆରମ୍ଭ ହୋଇଥାଏ ଓ ୧୪ତାରିଖକୁ ‘ଭାଲେଣ୍ଟାଇନ୍ସ ଡେ ‘ ପାଳନ କରାଯାଇଥାଏ।ଏହି ପ୍ରେମ ସପ୍ତାହ ମଧ୍ୟରେ ଟିକ୍ ଟକ୍ କାର୍ୟ୍ୟକ୍ରମ ଫେବୃଆରୀ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ, ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ଯୁବପୀଢି ଓ ବୟଷ୍କ ପର୍ୟ୍ୟନ୍ତ ଏହି କାର୍ୟ୍ୟକ୍ରମ ର ମଜା ଉଠାଇ ପାରିବେ ଓ ଆୟଯୋକ ଚନ୍ଦନ କୁମାର ଟିକ୍ ଟକ୍ ମନୋରଞ୍ଜନ କାର୍ୟ୍ୟକ୍ରମ କରିବାକୁ ଆଗ୍ରହ ପ୍ରକାଶ କରିଥିବାରୁ ସମସ୍ତ ଙ୍କ ମଧ୍ୟରେ ବେଶ୍ ଆନନ୍ଦ ଉଲ୍ଲାସ ଖେଳି ଯାଇଛି।ଏହି କାର୍ୟ୍ୟକ୍ରମରେ ସଙ୍ଗୀତ , ନୃତ୍ୟ ଓ କଳା ପ୍ରଦର୍ଶିତ ହେବା ସହିତ
ମ୍ୟୁଜିକାଲ୍ ଡିଜେ ଷ୍ଟାର ସତ୍ୟ , ମିସ୍ଇଣ୍ଡିଆ – ୨୦୧୯ ର ପ୍ରତିଯୋଗୀ ମିସ୍ ସେଫାଳି, ଓଲିଉଡ ଷ୍ଟାର ଓ ଡ୍ୟାନ୍ସର ପ୍ରିୟଙ୍କା ନାୟକ ଓ ଓଲିଉଡ ର ଷ୍ଟାର ସିଙ୍ଗର୍ ସୋନାଲି ନନ୍ଦ ଯୋଗଦେବା ର କାର୍ୟ୍ୟକ୍ରମ ରହିଛି।

Related posts

ଗୁଣି ଗାରେଡି ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା

mahabharatanews

ଆଜାଦିକା ଅମୃତ ମହୋତ୍ସବ ଅବସରରେ ଆଲୋଚନା ଚକ୍ର ଅନୁଷ୍ଠିତ

mahabharatanews

ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ 

mahabharatanews

Leave a Comment