ଦେଶ ବିଦେଶ

ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ବଢିଲା ଅଡୁଆ

ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ବଢିଲା ଅଡୁଆ । ତୃଣମୂଳ ନେତା ଏବଂ ଡାଇମଣ୍ଡ ହାରବର ସାଂସଦ ଅଭିଷେକ ବାନାର୍ଜୀଙ୍କ ପାଇଁ ସମସ୍ୟା ବଢ଼ିଛି। ଟିଏମସି ପରିଚାଳିତ କୋଲକାତା ମ୍ୟୁନିସିପାଲ କର୍ପୋରେସନ (କେଏମସି) ବାନାର୍ଜୀଙ୍କ ସହ ଜଡିତ ୧୭ଟି ସମ୍ପତ୍ତିକୁ , ତାଙ୍କ ସରକାରୀ ବାସଭବନ ସମେତ, ଅନଧିକୃତ ନିର୍ମାଣ ଅଭିଯୋଗରେ ନୋଟିସ ଜାରି କରିବାର କିଛି ଦିନ ପରେ ପୋଲିସ ହସ୍ତକ୍ଷେପ କରିଥିଲା। ନାଗରିକ ସଂସ୍ଥା ବାନାର୍ଜୀଙ୍କୁ ନୋଟିସର ଉତ୍ତର ଦେବା ପାଇଁ ସାତ ଦିନର ସମୟ ସୀମା ଦେଇଥିଲା, ଯାହା ଆଜି ଶେଷ ହୋଇଗଲା।

ପୋଲିସ ଉପସ୍ଥିତିର ସଠିକ୍ କାରଣ ସରକାରୀ ଭାବରେ ନିଶ୍ଚିତ ହୋଇ ନଥିଲେ ମଧ୍ୟ ଅନୁମାନ କରାଯାଉଛି ଯେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କେଏମସି ନୋଟିସର ଉତ୍ତର ଦେବାରେ ବାନାର୍ଜୀଙ୍କ ବିଫଳତା ଯୋଗୁଁ ଏହି କାର୍ୟ୍ୟାନୁଷ୍ଠାନ ନିଆଯାଇଛି। ଶାନ୍ତିନିକେତନ ବ୍ୟତୀତ, ଅଭିଷେକଙ୍କ ପିତାମାତା ଏବଂ ତାଙ୍କ କମ୍ପାନୀ ଲିପ୍ସ ଆଣ୍ଡ ବାଉନ୍ସ ସହିତ ଜଡିତ ସମ୍ପତ୍ତିଗୁଡ଼ିକୁ ମଧ୍ୟ ନାଗରିକ ସଂସ୍ଥା ପକ୍ଷରୁ ନୋଟିସ୍ ମିଳିଛି। ପ୍ରାୟ ଏକ ଘଣ୍ଟା କଡ଼ା ମୁତୟନ ପରେ, ଶେଷରେ ସନ୍ଧ୍ୟା ପ୍ରାୟ ୫ଟାରେ ପୋଲିସ ବାନାର୍ଜୀଙ୍କ ବାସଭବନ ଛାଡିଥିଲା।

Related posts

୪୦୦୦ ଟେଷ୍ଟ ରନ ଏବଂ ଅତି କମରେ ୩୦୦ ୱିକେଟ ହାସଲ କରି ଅଲରାଉଣ୍ଡରଙ୍କ ଏକ ଏଲିଟ୍ କ୍ଲବରେ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା

mahabharatanews

ପାକିସ୍ତାନ ସ୍କୁଲରେ ପଢାଯିବ ସଂସ୍କୃତ ଓ ଗୀତାଜ୍ଞାନ

mahabharatanews

ପଶ୍ଚିମବଙ୍ଗରେ ବିଜେପି ପରବର୍ତ୍ତୀ ସରକାର ଗଠନ କରିବ

mahabharatanews