ଏଥର ପାଣିରେ ଚାଲିବ ଚୁଲା , ହଁ ଆଜ୍ଞା ସାରା ଦେଶରେ ଏବେ ଗ୍ୟାସ ସଙ୍କଟ ଚାଲିଥିବାବେଳେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚମକାଇ ଦେଇପାରେ । ଏଣିକି ଖୁବଶୀଘ୍ର ରୋଷେଇ ଗ୍ୟାସର ବିକଳ୍ପ ଭାବେ ବଜାରକୁ ଆସିପାରେ ଏକ ଉନ୍ନତ ବୈପ୍ଲବୀ ବୈଷୟିକ ଜ୍ଞାନକୌଶଳ । ଯାହା ଦ୍ୱାରା ଏଥର କେବଳ ଗ୍ୟାସ ନୁହେଁ ବରଂ ପାଣି ଓ ଇଥାନଲ୍ ସାହାଯ୍ୟରେ ଜଳିବ ଚୁଲା । ନିକଟରେ ଏନେଇ କେନ୍ଦ୍ର ସଡକ ପରବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି ।

ତଥ୍ୟ ଅନୁଯାୟୀ ନାଗପୁରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ନୂତନ ଇଥାନଲ୍-ଆଧାରିତ ଷ୍ଟୋଭ୍ ଟେକ୍ନୋଲୋଜିର ଶୁଭାରମ୍ଭ କରିଛନ୍ତି । ଏହି ଷ୍ଟୋଭ୍ ବ୍ୟବହାର କରିବା ଦ୍ୱାରା ଏଲପିଜି ତୁଳନାରେ ରୋଷେଇ ଖର୍ଚ୍ଚ ବହୁତ କମିଯିବ ବୋଲି ସେ ଦାବି କରିଛନ୍ତି । ଏହି ନୂତନ ଷ୍ଟୋଭ୍ ଟେକ୍ନୋଲୋଜି ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଏହାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏଥିରେ କେବଳ ମହଙ୍ଗା ଜାଳେଣି ବ୍ୟବହାର ହେବନାହିଁ, ବରଂ ଏଥିରେ ପାଣି ମଧ୍ୟ ମିଶ୍ରଣ କରାଯିବ ।

ସୂଚନା ଅନୁଯାୟୀ, ଏହି ଷ୍ଟୋଭ୍ରେ ପାଣି ସହିତ ମାତ୍ର ୭ ପ୍ରତିଶତ ଇଥାନଲ୍ ମିଶାଇ ବ୍ୟବହାର କରାଯାଏ । ଏହି ଦୁଇଟି ଉପାଦାନର ମିଶ୍ରଣରେ ଏକ ଶକ୍ତିଶାଳୀ ଏବଂ ନୀଳ ରଙ୍ଗର କୁକିଂ ଫ୍ଲେମ୍ ସୃଷ୍ଟି ହୋଇଥାଏ, ଯାହା ଏଲପିଜି ଗ୍ୟାସ୍ ଭଳି ହିଁ କାମ କରେ । ଏହା ସାଧାରଣ ଗ୍ୟାସ୍ ସିଲିଣ୍ଡର ତୁଳନାରେ ସସ୍ଥା ଥିବା କୁହାଯାଉଛି । ତେଣୁ ଏମିତି ଜାଳେଣି ଯଦି ବଜ୦ାରକୁ ଆସିବ ତାହେଲେ ଏହା ପରିବେଶ ଅନୁକୂଳ ହେବ ବୋଲି କୁହାଯାଉଛି
