ଓଡିଶା

 ଆହୁରି ୨ରୁ ୩ ମାସ ସତର୍କ ରହିବାକୁ ହେବ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ପାରଦ ନିମ୍ନ ମୁହାଁ ହେ।।ଇଛି । ତଥାପି ଆମକୁ ସତର୍କ ରହିବାକୁ ହେବ । ଆଗାମୀ ଦୁଇ ତିନି ମାସ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ତେଣୁ ଆମକୁ ଆଗକୁ କୋଭିଡ ନିୟମ ଅନୁପାଳନ କରିବା ସହ, ମାକ୍ସ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ ପୂର୍ବକ ଇଣ୍ଡୋର ଗହଳିକୁ ଏଡାଇବାର ଆବଶ୍ୟକତା ରହିଛି । ନହେଲେ ସଂକ୍ରମଣ ପୁଣି ଉଗ୍ର ହେବା ନେଇ ମିଶ୍ର ଚେତ।।ଇ ଦେଇଛନ୍ତି ।
କୋଭିଡ ଡେଥ ଅଡ଼ିଟ କିଛି ବାକି ଅଛି । ସମସ୍ତ ଡେଥ ରିପୋର୍ଟ ଅଡ଼ିଟ କରାଯିବା ପରେ ମୃତକଙ୍କ ସଂଖ୍ୟା ଦର୍ଶାଯିବ । କୋଭିଡରେ ଯେଉଁମାନେ ମୃତ୍ୟୁ ବରଣ କରୁଛନ୍ତି ସେମାନଙ୍କୁ ଡେଥ ସାର୍ଟିଫିକେଟ ଦିଆଯାଉଛି । ସେଥିରେ କିଛି ଅସୁବିଧା ନାହିଁ । କୋଭିଡ ଡେଥକୁ ସାର୍ଟିଫିକେଟରେ ଲେଖିବାର କୌଣସି ଆଧାରନାହିଁ । ସେହିପରି କରୋନା ସଂକ୍ରମଣ କିଛି ଜିଲ୍ଲାରେ ଅଧିକ ରହିଥିଲେ ବି ପୂର୍ବ ତୁଳନାରେ କମିଛି । ଯାହାକି ଏକ ଶୁଭ ସଙ୍କେତ । ତଥାପି ରାଜ୍ୟ ସରକାର ପକ୍ଷରୁ ଲଗାତର ଭାବେ ସର୍ଭେଲାନ୍ସ କରାଯାଉଛି । ରାଜ୍ୟର ସାମଗ୍ରୀକ ସ୍ଥିତିକୁ ଦେଖି ସମ୍ପୂର୍ଣ୍ଣ ଅନଲକ୍ ବିଷୟରେ ଚିନ୍ତା କରାଯିବ ବୋଲି ସେ କହିଛନ୍ତି।

Related posts

କ୍ରିଷ୍ଟିଆନ ମାଇକେଲଙ୍କୁ ଭେଟିବାକୁ ଓକିଲଙ୍କୁ ମିଳିଲାନି ଅନୁମତି

mahabharatanews

ହିଞ୍ଜିଳୀରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

mahabharatanews

ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

mahabharatanews