ଓଡିଶା

ଆଜି ପବିତ୍ର ଗଣେଶ ଚତୁର୍ଥୀ, ଉତ୍ସବ ମୁଖର ଗାଁରୁ ସହର

(ଭୁବନେଶ୍ୱର) : ଆଜି ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥି । ପବିତ୍ର ଗଣେଶ ଚତୁର୍ଥୀ । ସବୁଠି ଚାଲିଛି ବିଘ୍ନ ବିନାଶକଙ୍କ ପୂଜା । ସବୁଠି ଧୁମ୍‌ଧାମରେ ପାଳନ ହେଉଛି ଗଣେଶ ପୂଜା । ଏନେଇ ସବୁଠି ଉତ୍ସବ ମୁଖର  ଗାଁରୁ ସହର ।

ସୂଚନାନୁଯାୟୀ , ମୁଖ୍ୟତଃ ମହାରାଷ୍ଟ୍ରରେ ଏହି ଦିନକୁ ବେଶ୍ ଧୂମଧାମରେ ପାଳନ କରାଯାଏ । ସେହିପରି ଦେଶର ଅନ୍ୟାନ୍ୟ ପ୍ରଦେଶରେ ମଧ୍ୟ ବଡ଼ ଉତ୍ସାହ ସହ ଗଣେଶ ପୂଜା ପାଳନ କରାଯାଏ । ଗଣେଶ ପ୍ରଥମ ପୂଜ୍ୟ ଦେବତା ହୋଇଥିବାରୁ ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭକାର୍ଯ୍ୟର ଆରମ୍ଭ ଗଣେଶଙ୍କ ପୂଜାଠୁ ଆରମ୍ଭ ହୋଇଥାଏ । ତ୍ରେତୟା ଯୁଗରେ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀରେ ଉମାଙ୍କ ଘରେ ଜନ୍ମି,ଗଣେଶ ରୂପରେ ଜନ୍ମିସିନ୍ଧୁ ନାମକ ରାକ୍ଷସକୁ ବଧ କରିବା ସହ ବ୍ରହ୍ମାଙ୍କ ପୁତ୍ରି ଦ୍ୱୟ ରିଦ୍ଧି ଓ ସିଦ୍ଧିଙ୍କୁ ବିବାହ କରିଥିବାର ପୁରାଣରେ ବର୍ଣ୍ଣିତ।

Related posts

ଚଳିତ ମାସ ୧୩ ରୁ ଟିକ୍ ଟକ୍ ମନୋରଞ୍ଜନ କାର୍ୟ୍ୟକ୍ରମ ଆରମ୍ଭ

mahabharatanews

ଗୋରୁ ହାଟରେ କୋଭିଡ ନିୟମକୁ ଉଲଙ୍ଘନ

mahabharatanews

ବାଲୁକା କଳା ମାଧ୍ୟମରେ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ

mahabharatanews