ଭାରତରାଜନୀତି

ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ

( ରିପୋଟର୍ସ ଟୁଡେ) ; ୭୧ ବର୍ଷରେ ପଦାର୍ପଣ କଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି । ୨୦୧୪ ମସିହା ଆଜିର ଦିନକୁ ସେବା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ରାଷ୍ଟ୍ରପତିଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିସେଶ ସୋଶିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଆଜି ସରକାର ରେକର୍ଡ ସଂଖ୍ୟକ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି।ଆଜି ଠାରୁ ଅକ୍ଟୋବର ୭ ତାରିଖ ପର୍ୟ୍ୟନ୍ତ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ସଫେଇ କାର୍ୟ୍ୟକ୍ରମ ଆୟୋଜନ କରାଯିବ। ରକ୍ତଦାନ ଶିବିରର ଆୟୋଜନ କରାଯିବ। ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇ ଲୋକଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ତା’ସହିତ ବିଭିନ୍ନ ବର୍ଗର ଲୋକଙ୍କ ଠାରେ ମଧ୍ୟ ଦଳୀୟ କର୍ମୀ ଓ ନେତା ପହଞ୍ଚିବେ। ଉତ୍ତର ପ୍ରଦେଶରେ ଦଳୀୟ କର୍ମୀମାନେ ଗଙ୍ଗା ନଦୀର ୭୧ଟି ସ୍ଥାନରେ ସଫେଇ କାର୍ୟ୍ୟକ୍ରମ କରିବାକୁ ସ୍ଥିର କରିଛନ୍ତି।

Related posts

ଝାରସୁଗୁଡା ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍

mahabharatanews

ହରିୟାଣାରେ ପୁଣି ଇଣ୍ଟରନେଟ୍ ସେବା ବନ୍ଦ,୧୪୪ ଧାରା ଲାଗୁ 

mahabharatanews

ପଶ୍ଚିମବଙ୍ଗରେ ଧମୁନି ହିଂସା: ୧୧ ଜଣଙ୍କ ମୃତ୍ୟୁ

mahabharatanews