(ଭୁବନେଶ୍ୱର) : ଆଜି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET । ଅପହାହ୍ନ ୨ ଟାରୁ ୫ ଟା ୨୦ ଯାଏ ପରୀକ୍ଷା ଚାଲିବ । ଚଳିତ ବର୍ଷ ମୋଟ୍ ୧୮,୨୭,୩୪୧ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ନାମ ପଞ୍ଜିକରଣ କରିଛନ୍ତି । ଦେଶଶ ୪୯୯ ଓ ବିଦେଶରେ ୧୪ଟି ସହରରେ ହୋଇଛି କେନ୍ଦ୍ର । ମଣିପୁରକୁ ଛାଡି ସାରା ଦେଶରେ ହେବ ପରୀକ୍ଷା ।
ତେବେ ଓଡ଼ିଶାର ୨୭ଟି ସହରରେ ପରୀକ୍ଷା ଆୟୋଜକ ହୋଇଥିବା ବେଳେ ଭୁବନେଶ୍ୱରରେ ରହିଛି ୩୧ଟି ପରୀକ୍ଷା କେନ୍ଦ୍ର । ଅପହାହ୍ନ ୨ ଟାରୁ ପରୀକ୍ଷା ଆରମ୍ଭ ହୋଇ ୫ଟା ୨୦ରେ ଶେଷ ହେବ । ପରୀକ୍ଷା କେନ୍ଦ୍ର ଭିତରକୁ ପେନସିଲ୍, କଲମ, ଇରେଜର, କାଲକୁଲେଟର ଇତ୍ୟାଦି ନେଇପାରିବେ । ହେଲେ ମୋବାଇଲ୍, ପେନ୍ ଡ୍ରାଇଭ୍, ପରି କୌଣସି ଇଲୋକ୍ଟ୍ରୋନିତ ଆଇଟମ୍ ନେଇପାରିବେ ନାହିଁ ବଳି ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯାଇଛି ।
ଥମିବାର ନାଁ ନେଉନି ମଣିପୁର ହିଂସାକାଣ୍ଡ । ଗତ ୪୮ ଘଣ୍ଟା ଧରି ମଣିପୁର ରାଜ୍ୟରେ ଆଦିବାସୀ ଦଙ୍ଗାରେ ଭୀଷଣ ରକ୍ତପାତ ହୋଇଛି। ହିଂସା-ପ୍ରପୀଡ଼ିତ ଅଞ୍ଚଳରୁ ସମୁଦାୟ ୧୩,୦୦୦ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ତେଣୁ ମଣିପୁରକୁ ବାଦ ଦିଆଯାଇଛି ।