ଓଡିଶା

ଆଜି NEET ପ୍ରବେଶିକା ପରୀକ୍ଷା

(ଭୁବନେଶ୍ୱର) : ଆଜି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET । ଅପହାହ୍ନ ୨ ଟାରୁ ୫ ଟା ୨୦ ଯାଏ ପରୀକ୍ଷା ଚାଲିବ । ଚଳିତ ବର୍ଷ ମୋଟ୍ ୧୮,୨୭,୩୪୧ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ନାମ ପଞ୍ଜିକରଣ କରିଛନ୍ତି । ଦେଶଶ ୪୯୯ ଓ ବିଦେଶରେ ୧୪ଟି ସହରରେ ହୋଇଛି କେନ୍ଦ୍ର । ମଣିପୁରକୁ ଛାଡି ସାରା ଦେଶରେ ହେବ ପରୀକ୍ଷା ।

ତେବେ ଓଡ଼ିଶାର ୨୭ଟି ସହରରେ ପରୀକ୍ଷା ଆୟୋଜକ ହୋଇଥିବା ବେଳେ ଭୁବନେଶ୍ୱରରେ ରହିଛି ୩୧ଟି ପରୀକ୍ଷା କେନ୍ଦ୍ର । ଅପହାହ୍ନ ୨ ଟାରୁ ପରୀକ୍ଷା ଆରମ୍ଭ ହୋଇ ୫ଟା ୨୦ରେ ଶେଷ ହେବ ।  ପରୀକ୍ଷା କେନ୍ଦ୍ର ଭିତରକୁ ପେନସିଲ୍, କଲମ, ଇରେଜର, କାଲକୁଲେଟର ଇତ୍ୟାଦି ନେଇପାରିବେ । ହେଲେ ମୋବାଇଲ୍, ପେନ୍ ଡ୍ରାଇଭ୍, ପରି କୌଣସି ଇଲୋକ୍ଟ୍ରୋନିତ ଆଇଟମ୍ ନେଇପାରିବେ ନାହିଁ  ବଳି ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯାଇଛି ।

ଥମିବାର ନାଁ ନେଉନି ମଣିପୁର  ହିଂସାକାଣ୍ଡ‌ । ଗତ ୪୮ ଘଣ୍ଟା ଧରି ମଣିପୁର ରାଜ୍ୟରେ ଆଦିବାସୀ ଦଙ୍ଗାରେ ଭୀଷଣ ରକ୍ତପାତ ହୋଇଛି। ହିଂସା-ପ୍ରପୀଡ଼ିତ ଅଞ୍ଚଳରୁ ସମୁଦାୟ ୧୩,୦୦୦ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ତେଣୁ ମଣିପୁରକୁ ବାଦ ଦିଆଯାଇଛି ।

Related posts

୩୦ଟି ବଗି ଛାଡ଼ି ପଳାଇଲା ଇଞ୍ଜିନ୍

mahabharatanews

ମରାମତି କାର୍ଯ୍ୟ ସମ୍ପୁର୍ଣ୍ଣ ହେବା ପରେ ରତ୍ନାଳଙ୍କାରର ଗଣତି ଓ ମଣତି ପାଇଁ ପ୍ରସ୍ତୁତ

mahabharatanews

ଭଙ୍ଗା ଦଦରା କୁଡ଼ିଆ ମୋତିଙ୍କ ଏକମାତ୍ର ସାହାରା

mahabharatanews