ଓଡିଶା

ଆଜି ରସଗୋଲା ଦିବସ, ପାହାଳରେ ପ୍ରବଳ ଭିଡ଼  

(ଭୁବନେଶ୍ୱର) :  ଆଜି ରସଗୋଲା ଦିବସ । ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ତିଥିରେ ପ୍ରତିବର୍ଷ ରସଗୋଲା ଦିବସ ପାଳିତ ହୋଇ ଆସୁଛି । ଶ୍ରାଜଗନ୍ନାଥ ସଂସ୍କୃତିରେ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ଅବସରରେ କାହିଁ କେତେ କାଳରୁ ରସଗୋଲା ଭୋଗ ଲାଗି ହୋଇଆସୁଛି ଯେଉଁଥି ପାଇଁ ଆଜିର ଦିନରେ ପାଳନ କରାଯାଏ ବିଶ୍ୱ ରସଗୋଲା ଦିବସ । ତେବେ ରସଗୋଲାକୁ ନେଇ ଓଡି଼ଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଲାଗିଥିଲା । ହେଲେ ଓଡ଼ିଶାରେ ଦ୍ୱାଦଶ ଶତାବ୍ଦୀରୁ ଶ୍ରୀମନ୍ଦିରରେ ରସଗୋଲା ଭୋଗ ଲାଗି ହୋଇଆସୁଛି । ୨୦୧୬  ଜୁଲାଇ ୧୭ରୁ ରସଗୋଲା ଦିବସ ପାଳନ କରାଯାଉଛି ।

ଅନ୍ୟପଟେ ପାହାଳ ସମେତ ସହରର ଅନ୍ୟ ମିଠା ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।  ନିକଟରେ ରସଗୋଲା ଦାମ ବୃଦ୍ଧି ପାଇଥିଲେ ମଧ୍ୟ ଗ୍ରାହକଙ୍କୁ ବେଶ ପସନ୍ଦ ଆସୁଛି ଗରମ ଗରମ ରସଗୋଲା  ।

ପୌରାଣିକ ତଥ୍ୟାନୁଯାୟୀ , ରହିଛି ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଥିରେ ନେଇ ରଥାଯାତ୍ରାରେ ମା’ଲକ୍ଷ୍ମୀଙ୍କୁ ନଇଥିବାରୁ ବଡଠାକୁରଙ୍କ ଉପରେ ଅଭିମାନ କରିଥାନ୍ତି ମା’ଲକ୍ଷ୍ମୀ । ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ମନ୍ଦିର ଭିତରକୁ ବାରଣ ନାହିଁ । ହେଲେ କାଳିଆସାଆନ୍ତଙ୍କ ପାଇଁ ବାଟ ବନ୍ଦ କରିଦେଇଥାନ୍ତି ମା’ଲକ୍ଷ୍ମୀ ଠାକୁରାଣୀ । ଶେଷରେ ଶ୍ରୀଜଗନ୍ନାଥ ରସଗୋଲା ଦେଇ ଲକ୍ଷ୍ମୀ ଠାକୁରାଣୀଙ୍କ ମନ ଜିଣିଲା ପରେ ମନ୍ଦିର ଭିତରକୁ ପ୍ରବେଶ ମିଳିବଥାଏ ।

Related posts

ଖୁଲମଖୁଲା ଦେହ ବ୍ୟବସାୟ, ୨ ହୋଟେଲ ମ୍ୟାନେଜର ଗିରଫ

mahabharatanews

ଗାଁ ଲୋକେ କେତେ ସଚେତନ

mahabharatanews

ନିମାପଡାରେ କରୋନା ସଂକ୍ରମଣ ରୋକିବା ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ବୈଠକ

mahabharatanews

Leave a Comment