ବିଶ୍ୱ

ଫ୍ରାନ୍ସରେ ଥମୁନି ହିଂସା : ୮୦୦ଗିରଫ ସହ କର୍ଫ୍ୟୁ ଜାରି

(ଦିଲ୍ଲୀ) : ଗତ ମଙ୍ଗଳବାରଠାରୁ ଫ୍ରାନ୍ସରେ ଅଶାନ୍ତ ଥମିବାର ନାଁ ନେଉନି । ବିଭିନ୍ନ ସ୍ଥାନରେ ପୁଲିସ ଏବଂ ଦଙ୍ଗାକାରୀ ମୁହାଁମୁହିଁ ହୋଇଛନ୍ତି। ଗତରାତିରେ କେବଳ ୮୦୦ରୁ ଅଧିକ ଲୋକ ଗିରଫ ହୋଇଛନ୍ତି।  ବିଭିନ୍ନ ସହରରେ କର୍ଫ୍ୟୁ ଜାରି ହୋଇଛି। ମଙ୍ଗଳବାର ଦିନ ପୁଲିସ ଗୁଳିରେ ଜଣେ ୧୭ ବର୍ଷୀୟ ବାଳକର ମୃତ୍ୟୁ ହେବାପରେ ଉକ୍ତ ଘଟଣାକୁ ବିରୋଧ କରି ଫ୍ରାନ୍ସର ପ୍ରମୁଖ ସହରମାନଙ୍କରେ ଦଙ୍ଗା ଏବଂ ପୋଡ଼ାଜଳା ହୋଇଛି।

ସୂଚନାନୁଯାୟୀ , ଆନ୍ଦୋଳନକାରୀ ଲଗାତାର ୩ ଦିନ ବ୍ୟାପକ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି। ଆଜି ଏକ ଜରୁରୀ ସରକାରୀ ବୈଠକରେ ମାକ୍ରନ ଘୋଷଣା କରିଛନ୍ତି ଯେ ଦଙ୍ଗାକାରୀମାନେ ୪୯୨ ସରକାରୀ କୋଠା ନଷ୍ଟ କରିଦେଇଛନ୍ତି। ଏବଂ ୩୮୮୦ ସ୍ଥାନରେ ପୋଡ଼ାଜଳା ହୋଇଛି। ସ୍ଥିତି ନିୟନ୍ତ୍ରଣକୁ ନ ଆସିଲେ ଦେଶରେ ଜରୁରୀ ସ୍ଥିତି ଜାରି ହୋଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି।

Related posts

ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ ; ୭ ଜଣ ପୋଲିସ ଅଫିସରଙ୍କୁ ନିଲମ୍ବନ

mahabharatanews

ସାଉଦି ଆରବ ପକ୍ଷରୁ ପାକିସ୍ତାନକୁ ୨ ବିଲିୟନ ଡଲାର ଆର୍ଥିକ ସହାୟତା 

mahabharatanews

ପାକିସ୍ତାନ ସୁପ୍ରିମ କୋର୍ଟର ପ୍ରଥମ ମହିଳା ବିଚାରପତି ନିଯୁକ୍ତ

mahabharatanews